ଓଡ଼ିଆ ବାର୍ତ୍ତା/ ସୋନପୁର: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନାଇକେନପାଲି ଠାରେ ୫ ଦିନ ଧରି ଚାଲି ଥିବା ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଦୂତ ପ୍ରଶିକ୍ଷଣ ଶେଷ ହୋଇ ଯାଇଅଛି। ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଆରବିଏସକେ ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀ, ଆୟୁଷ ଡାକ୍ତର ପ୍ରସନ୍ନ କୁମାର ଦାଶ ପ୍ରମୁଖ ବିଭିନ୍ନ ବଦ୍ୟଳୟରୁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଦୂତ ଭାବେ ମନୋନୀତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଉକ୍ତ ପ୍ରଶିକ୍ଷଣ ଡା. ସଂଗୀତା ଚୌଧୁରୀ, ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକରୀ, ନାଇକେନପାଲିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ୍ ଅଶୋକ କୁମାର ମିଶ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଉକ୍ତ ପ୍ରଶିକ୍ଷଣରେ ପ୍ରାୟ ୫୦ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।