ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳନ

ଓଡ଼ିଆ ବାର୍ତ୍ତା/ ନୂଆପଡା: ନୂଆପଡା ସହର ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଶ୍ରୀରାମ ନବମୀ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । ନୂଆପଡା ସହର ତେଲିପଡ଼ା ଛକ ଶିବ ମନ୍ଦିର ପ୍ରାଙ୍ଗଣ ଠାରେ ହିନ୍ଦୁ ଯୁବ ସଂଗଠନର ଆହ୍ବାନ କ୍ରମେ ଶତାଧିକ ଯୁବକ ଏକତ୍ରିତ ହୋଇଥିଲେ । ପରେ ଡିଜେ ସାଉଣ୍ଡରେ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ସମାଜସେବୀ ସୁରେଶ ଅଗ୍ରୱାଲ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ଉପ ସଭାପତି କ୍ଷିତୀଶ ବୋଧଙ୍କର, ବିଜେଡି ନେତା ପପ୍ପୁ ସ୍ୱାଇଁ, ପିଣ୍ଟୁ ପୁରୋହିତ, ଯୁବ ନେତା ଭବାନୀ ବଗର୍ତ୍ତୀ, ମନୀଶ ତିୱାରୀ, କୁବେର ଛାତ୍ରିଆ, ଉଜ୍ଜଳ ତିୱାରୀ, ଟିଂକୁ ପଣ୍ଡା, ଅନୁପମ ତିୱାରୀ, ରୋହିତ ସାହୁ, ରଘୁନାଥ ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ହିନ୍ଦୁ ଯୁବ ସଂଗଠନ ନୂଆପଡାର କିଶନ ଦଣ୍ଡସେନା, କ୍ରିଷ୍ଣା ସାହୁ, ସୋନୁ ସାହୁ, ଦୌଲତ ଦଣ୍ଡସେନା, କାଳିଆ ପ୍ରଧାନ, ଚନ୍ଦନ ପଣ୍ଡା ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ଏକତା ଛକ ଠାରେ ମୁସଲିମ ଯୁବ ସଂଗଠନ ତରଫରୁ ରାମ ନବମୀ ଅବସରରେ ଏନ.ଏ.ସି ଅଧକ୍ଷ ମହମ୍ମଦ ଆଦମଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସରବାତ ପାଣି ପ୍ରଦାନ କରି ହିନ୍ଦୁ ମୁସଲିମ ଭାଇ ଚାରାର ବାର୍ତ୍ତା ପ୍ରଦାନ କରିଥିଲେ । ହିନ୍ଦୁ ଯୁବ ସଂଗଠନର ରାମନବମୀ ଶୋଭାଯାତ୍ରାରେ ସାମିଲ ଯୁବକ ମାନଙ୍କୁ ସରବତ ପାଣି ପ୍ରଦାନ କରି ଭାଇଚାରା ବାଣ୍ଟି ରାମନବମୀର ଶୁଭେଚ୍ଛା ପ୍ରଦାନ କରିଥିଲେ । ମହମ୍ମଦ ଆବାସ, ମହମ୍ମଦ ମୁଜାହିଦ, ସାହିଲ ମହମ୍ମଦ, ମୁନ୍ନା ଭାଇ, ମୋଇନ ଖାନ, ଜୁବେର ରାଜା, ରାଜା ଖାନ, ଆରିଫ ହିଂଗୋରି, ଇସାଦ ଖାନ, ସମୀର ଖାନ, ମଜୁରୀ ଖାନ, ହାରୁନ ହିଂଗୋରି, ସୋବି ଖାନ ପ୍ରମୁଖ ଉପସ୍ଥିତ ରହି ବିଶେଷ ଭାବେ ସହଯୋଗ କରିଥିଲେ ।

ରିପୋର୍ଟ: ମହେନ୍ଦ୍ର ବାଗ (ରାହୁଲ), ନୂଆପଡା ଜିଲ୍ଲା ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.