ଇମ୍ରାନଙ୍କ ପରେ ବିଦା ହେବେ ରମିଜ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ:  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଦା ହେବା ପରେ ଏବେ ତାଙ୍କ ପ୍ରିୟ ବନ୍ଧୁଙ୍କ ଉପରେ ସମସ୍ତଙ୍କ ନଜର । ସେ ହେଲେ କ୍ରିକେଟର ରମିଜ ରାଜା । ଯିଏ ଏବେ ପାକିସ୍ତାନ କ୍ରିକେଟବୋର୍ଡ ଚେୟାରମ୍ୟାନ ଦାୟିତ୍ୱରେ ରହିଛନ୍ତି । ଇମ୍ରାନଙ୍କ ପରେ ଖୁବ ଶୀଘ୍ର ତାଙ୍କ ପାଳି ପଡିବାକୁ ଯାଉଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରମିଜ ହେବେ ଆଇସିସି ବୈଠକରେ ସାମିଲ ହେବେ ବୋଲି ଦୁବାଇ ଯାଇଛନ୍ତି । ଇମ୍ରାନଙ୍କ ଅନୁରୋଧ ଯୋଗୁ ରମିଜ ପିସିବି ଚେୟାରମ୍ୟାନ ହେବାକୁ ରାଜି ହୋଇଥିଲେ । ସେ ସମୟରେ ରମିଜ କହିଥିଲେ, ତୁମେ ଯେତେ ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିବ ମୁଁ ଏହି ଦାୟିତ୍ୱ ତୁଲାଇବି । ନୂତନ ପ୍ରଧାନମନ୍ତ୍ରୀ ଯଦି ଏହି ପଦରେ ରହିବାକୁ ବାଧ୍ୟ କରନ୍ତି ତାହାହେଲେ ଚିନ୍ତା କରିବି ବୋଲି ସେ କହିଛନ୍ତି । ଗତ ବର୍ଷ ରମିଜ ପିସିବି ଚେୟାରମ୍ୟାନ ହୋଇଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.