କୁଲିଙ୍ଗାମାଲ ସେବାଶ୍ରମରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୁଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମରେରେ ୨୦୨୧-୨୨ ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ତରଫରୁ ଆୟୋଜିତ ଏହି ସମ୍ମିଳନୀକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋତି ଚରଣ ନାଗ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବରେ କରଙ୍ଗାମାଲ ନବ ନିର୍ବାଚିତ ସରପଞ୍ଚ ରାମଲାଲ ପଣ୍ଡା, ମୁଖ୍ୟ ବକ୍ତା ମଙ୍ଗଳ ସଂପ୍ରସାରଣ ଅଧିକାରୀ ହିମାଂଶୁ ଶେଖର କୁମ୍ଭାର, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ନାଏକ, ସିଆରସିସି ଲର୍କା ସଂଯୋଗ ବାଗ, ଶିକ୍ଷାବିତ୍ ଭୁବନେଶ୍ୱର ଜାଲ ତଥା ସମାଜସେବୀ ସୁଦର୍ଶନ ତାଣ୍ତି ମଞ୍ଚାସୀନ ହୋଇଥିଲେ ।

ପ୍ରଥମ ପର୍ଯ୍ୟାୟରେ କୁଲିଙ୍ଗାମାଲ ସେବାଶ୍ରମର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ ହୋଇଥିଲା । ସ୍ଥାନୀୟ ଦୁଇଜଣ ଶିକ୍ଷାବିତ୍ ଭୁବନେଶ୍ୱର ଜାଲ ଓ ନୃପକେଶରୀ ମାଝୀ କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଦୀର୍ଘଦିନ ଠାରୁ କୋରାନା ମହାମାରୀ ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଥିଲା । ଅନେକ ସମୟରେ ପିଲାମାନଙ୍କ ପାଠାପଢାରେ ବ୍ୟାଘାତ ସୃଷ୍ଟି ହେଉଛି ଏହି ସମସ୍ୟା ମାନଙ୍କୁ ନେଇ ଅଭିଭାବକ ଓ ଶିକ୍ଷକ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅନୁସୂଚୀତ ଜାତି ଓ ଜନଜାତିଙ୍କ ବିଭାଗରେ ଥିବା ଅନେକ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରିବା ସହିତ ଆଦିବାସୀ ଛାତ୍ରଛାତ୍ରୀ କିପରି ଶିକ୍ଷା କ୍ଷେତ୍ରରେ ଆଗେଇ ଯିବେ ସେ ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ରଥି ମେହେର ପରିଚାଳନା କରୁଥିବା ବେଳେ ଶିକ୍ଷକ ଡିସମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.