ମାତୃକୃପା ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକ ସାରସ୍ଵତ ଓ ସମ୍ବର୍ଦ୍ଧନା ସମାରୋହ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କୃଷ୍ଣଦାଶପୁର ପଞ୍ଚାୟତର ସୁଧାଗଡ ଠାରେ ମାତୃକୃପା ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକୋତ୍ସବ, ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, ସମ୍ବର୍ଦ୍ଧନା, ଆଲୋଚନା ଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାସ୍ୟ କୁମୁଦ‌ ସମ୍ପଦ ରଥଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି କୁମାର କବି ପ୍ରଶାନ୍ତ ବାହିନୀପତି, ମୁଖ୍ୟ ବକ୍ତା ସଂଗ୍ରାମରେ ଶ୍ରୀକାନ୍ତ ରାୟ, ବରେଣ୍ୟ ଅତିଥି ନବକାକଳିର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ଝାଡଖଣ୍ଡର ବିଶିଷ୍ଟକବି ଓଡ଼ିଆ ଭାଷାର ପୁଜାରୀ କବି ସତ୍ୟପ୍ରକାଶ କର, ଡଃ. ନୃସିଂହାନନ୍ଦ ମହାପାତ୍ର, ପଣ୍ଡିତ ଧର୍ମାନନ୍ଦ ପତି, କୃଷ୍ଣଚନ୍ଦ୍ର ନନ୍ଦ, ବରଗଡର କଂସ ମହାରାଜ ଦେବରାଜ ଛତ୍ରିଆ, ନିଳୀମା କଣ୍ଟା ମଞ୍ଚାସୀନ ରହି ସାରସ୍ବତ ସାଧକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଓଡ଼ିଆ ସାହିତ୍ୟର ଉଚ୍ଚାଙ୍ଗ କୃତି ଆମର ଅସ୍ମିତା ବୋଲି ମତବ୍ୟକ୍ତ କରିଥିଲେ । ବେଦପାଠ ପଣ୍ଡିତ ଅଜୟ କୁମାର ଶତପଥୀ, ମଞ୍ଚ ଆବାହନ କବି ଅଭିନେତା ପ୍ରବୀଣ କୁମାର ସୁବୁଦ୍ଧି ଓ ସ୍ବାଗତ ଭାଷଣ ସହ ସଂପାଦକ ପ୍ରତାପ ରଶ୍ମି ନାୟକ, ସମ୍ପାଦକୀୟ ପାଠ କରିଥିଲେ ସମ୍ପାଦିକା କବିପଦ୍ମା କଳ୍ପନା ବିଶ୍ଵାଳ କରିଥିଲେ । ଅତିଥି ମାନଙ୍କ କର କମଳରେ କଳ୍ପନା ବିଶ୍ଵାଳଙ୍କ “କଳ୍ପନାର କଳ୍ପନା’ କବିତା ଗ୍ରନ୍ଥ, ସୁବାସଚନ୍ଦ୍ର ପ୍ରଧାନଙ୍କ ଉପନ୍ୟାସ “ଅଦୃଶ୍ୟ ଭଉଁରୀ” ଏବଂ ମାତୃକୃପା ସାହିତ୍ୟ ସଂସଦର ମୁଖପତ୍ର ”ସାହିତ୍ୟ ସମ୍ପଦ” ଲୋକାର୍ପିତ ହୋଇଥିଲା । ୭୫ଜଣ କଵିଙ୍କ ସ୍ବରଚିତ କବିତାକୁ ସୁସଂଯୋଜିତ କରିଥିଲେ ଵ୍ୟଙ୍ଗ କବି ରଶ୍ମିପ୍ରତାପ ନାୟକ, ପ୍ରବୀଣ ସୁବୁଦ୍ଧି ଏବଂ କଳ୍ପନା ବିଶ୍ଵାଳ । କବିତା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ଜ୍ୟୋତ୍ସ୍ନାମୟୀ ବିଶ୍ବାଳ । ପଠିତ କବିତା ମଧ୍ୟରୁ ପ୍ରଥମ ମାନସୀ ବେଉରା ଓ ସୁବାସପ୍ରଧାନ, ଦ୍ଵିତୀୟ ଗଙ୍ଗାଧର ଓଝା, ତୃତୀୟ ସୂର୍ଯ୍ୟ କାନ୍ତି ବାରିକ୍, ଚତୁର୍ଥ ସ୍ଥାନରେ ମନୋରମା ଦାଶ୍ ଥିଲେ। ସମସ୍ତଙ୍କୁ ଅତିଥି ମାନେ ଅଙ୍ଗବସ୍ତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିନା କାର୍ଯ୍ୟ ଶେଷରେ କ୍ରିଷ୍ଣା କଲ୍ଚରାଲ ଗୃପ୍ ଆର୍ ଆର୍ ମ୍ୟୁଜିକର କଳାକାର ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସଂଯୁଲତାନନ୍ଦ (ଆଶା) ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.