ମୃତ ବ୍ୟକ୍ତିଙ୍କର କଙ୍କାଳ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା-ଜେକେପୁର ୩୨୬ନମ୍ବର ଜାତୀୟ ରାଜପଥର ରାୟଗଡା ସହରର ରିଲାଏନ୍ସ ମଲ ନିକଟସ୍ଥ ଅନପୂର୍ଣ୍ଣା ରାଇସ ମିଲ୍ କଡରେ ଥିବା ଏକ ଲଟାବୁଦାରେ ଗତକାଲି ରାତ୍ର ସମୟରେ ଦେଖିବାକୁ ମିଳିଛି ଏକ କଙ୍କାଳ । ତେବେ ଏହା କାହାର କଙ୍କାଳ ଏବଂ ଏଠାକୁ କିପରି ଆସିଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । ମିଳିଥିବା କଙ୍କାଳ ଜଣେ ପୁରୁଷର ବୋଲି ପୋଲିସ ଚିହ୍ନଟ କରିଥିବା ବେଳେ କେବଳ କଳା ପ୍ୟାଂଟ ଓ ସାର୍ଟ ଭିତରେ ହାଡଗୋଡ ଦେଖାଯାଉଥିବା ବେଳେ ନିକଟରେ ଥିବା ଏକ ଗଛ ଡାଳରେ ପ୍ଳାଷ୍ଟିକ ରଶି ତଳକୁ ଓହ୍ଳାଇ ଛିଣ୍ଡି ଯାଇଥିବାରୁ ଏଠାରେ କେହି ଆତ୍ମହତ୍ୟା କରିଥିବାରୁ କଙ୍କାଳ ଉଦ୍ଧାର ହୋଇଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ସ୍ଥାନୀୟ ମିଲ ନିକଟରେ ରହୁଥିବା ଜଣେ ବଙ୍ଗାଳି ପରିବାର ଲୋକେ ଉକ୍ତ ଲଟାବୁଦାକୁ ଗତ ୨ଦିନ ତଳେ ଶୈାଚ ହେବାକୁ ଯାଇଥିବା ବେଳେ ଏକ ପ୍ରକାର ଦୁର୍ଗନ୍ଧ ହେଉଥିବାରୁ ପାଖକୁ ଯାଇ ଦେଖିଥିଲେ । ସେଠାରେ ଉଦ୍ଧାର କଙ୍କାଳଟି ପଡିଥିବା ଦେଖିବାକୁ ପାଇ ମିଲ ମାଲିକ ନଟରାଜକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ମିଲ ମାଲିକ ଏ ନେଇ ରାୟଗଡା ଥାନାରେ ଜଣାଇବା ପରେ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଏବଂ ଏସଆଇ ଶିବଶଙ୍କର ସାହୁ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଗତ ୨ଦିନ ତଳେ ମିଲ ରାସ୍ତାରେ ଗୋଟିଏ ମଣିଷ ଖପୁୁରୀ ପଡିଥିବା ଦେଖି କିଛି ସ୍ଥାନୀୟ ଶ୍ରମିକମାନେ ଲଟାବୁଦାକୁ ଫୋପାଡି ଦେଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.