କୋଣାର୍କ କଟନ ଗ୍ରୋୟର କୋଅପରେଟିଭ ସ୍ପିନିଂ ଜିନିଂ ମିଲ୍ କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କୋଣାର୍କ କଟନ ଗ୍ରୋୟର କୋଅପରେଟିଭ ସ୍ପିନିଂ ଜିନିଂ ମିଲ୍ କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି । କେସିଙ୍ଗା ସ୍ଥିତ କୋଣାର୍କ ସୂତାକଳ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଲିଙ୍ଗରାଜ ଆଜାଦ ଉପସ୍ଥିତ ସାଥିମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଥିଲେ ଯେ, ସମାଜର ଉନ୍ନତି ଓ ନିର୍ମାଣରେ ଶ୍ରମିକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ଶ୍ରମିକମାନେ ଆଗାମୀ ଦିନରେ କିପରି ତାଙ୍କର ନ୍ୟାୟ ଓ ହକ ଠିକ୍ ଭାବେ ପାଇ ପାରିବେ ଏବଂ ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକ କିପରି ସଠିକ ଢଙ୍ଗରେ ତାଙ୍କ ପାଖକୁ ପର୍ଯ୍ୟନ୍ତ ପହଞ୍ଚି ପାରିବ ସେଥିପ୍ରତି ସମସ୍ତେ ଜତ୍ନବାନ ହେବା ଉଚିତ । ଆଗାମୀଦିନରେ ସରକାର ଶ୍ରମିକମାନଙ୍କ ପ୍ରତି କରୁଥିବା ଅବହେଳା ବିରୁଦ୍ଧରେ କିପରି ଲଢେଇ ହୋଇ ପାରିବ ସେନେଇ ଶ୍ରୀଯୁକ୍ତ ଆଜାଦ ମତ ପୋଷଣ କରିଥିଲେ । ଏହାସହ କୋଣାର୍କ ସୂତାକଳ କିପରି ଚାଲିବ ସେ ନେଇ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାରେ ଶ୍ରମିକ ମାନଙ୍କ ଭୂମିକା ଉପରେ ଆଲୋକପାତ ଏବଂ କୋଣାର୍କ ସୂତା କଲ୍ ଚାଲିଲେ ଅଞ୍ଚଳର ଚାଷୀ ଠୁ ଆରମ୍ଭ କରି ସମସ୍ତ ବର୍ଗ ଲାଭାନ୍ଵିତ ହେବ ଏବଂ ଅଞ୍ଚଳର ବିକାଶ ଘଟିବ ସେ ନେଇ ସେ ଆଲୋକପାତ କରିଥିଲେ । ଆମ ଅଞ୍ଚଳରେ କୋଣାର୍କ ସ୍ପିନିଂ ମିଲ୍ ପୂର୍ଣ୍ଣାଙ୍ଗ ନ ଚାଲିବା ପର୍ଯ୍ୟନ୍ତ ଅଞ୍ଚଳର ବୁଦ୍ଧିଜୀବୀ, ଗଣମାଧ୍ୟମ ତଥା ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କୁ ସାଙ୍ଗରେ ନେଇ ଲଢେଇ ଅହରହ ଜାରି ରଖାଯିବ ବୋଲି ଉପସଭାପତି ସୁରେଶ ରାଓ ଉଲ୍ଲେଖ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜନାଥନ ନାଏକ, ସଂଯୁକ୍ତ ନାୟକ, ପବିତ୍ର ବାଇକ୍, ଅମରେଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.