ଗାଁ ପୋଖରୀ ସଫା କଲେ ଯୁବ ଗୋଷ୍ଠୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରବି ଋତୁରେ ଇନ୍ଦ୍ରାବତୀ ଜଳସେଚନ ବନ୍ଦ ହେବା ଫଳରେ ଲୋକେ ଗାଧୋଇବାକୁ ପାଣି ଟିକକ ପାଇଁ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗ୍ରାମର ଜନସାଧାରଣ କିପରି ପଖୋରୀର ପାଣିକୁ ଗାଧୋଇବା ପାଇଁ ବ୍ୟବହାର କରିବେ ସେଥିପାଇଁ ଆଜି କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମର ଯୁବଗୋଷ୍ଠୀ ପୋଖରୀ ଓ ଗାଧୁଆ ତୁଠ ସଫା କରିଛନ୍ତି । ସେମାନେ ଜାତୀୟ ରାଜପଥ ୨୬ ପଛ ପଟରେ ଥିବା ନୁଆଁ ବନ୍ଧର ଆବର୍ଜନା ସହ ଚିଙ୍ଗୁଡ଼ିଆଦଳ ସଫା କରିଛନ୍ତି । ପଖୋରୀ ସଫା ହେବା ଫଳରେ ବ୍ୟବହାର ଉପଯୋଗୀ ହୋଇଛି ତେଣୁ ଯୁବଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.