ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ମୋହନଗିରି ଧବଳେଶ୍ୱର ପୀଠ ଠାରେ ଶିବ ବିବାହ ଉତ୍ସବ ତିନି ଦିନ ଧରି ମହାସମାରୋହରେ ପାଳିତ ହେଇ ଯାଇଛି। ବର ପିତା ଭାବରେ ସୁରେଶ ମିଶ୍ର ସପତ୍ନୀକ ଏବଂ କନ୍ୟା ପିତା ଭାବରେ ବିଷ୍ଣୁ ପ୍ରସାଦ ମହାପାତ୍ର ସପତ୍ନୀକ ଦାୟିତ୍ଵ ନିର୍ବାହ କରିଥିଲେ। ରୀତି ନୀତି ଅନୁସାରେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଇଥିଲା। କମିଟି ତରଫରୁ ଶାନ୍ତନୁ ପଧାନ, ପବିତ୍ର ମହାଖୁଡ଼, ରେଙ୍ଗଠୁ ବାରିକ , ଆଶୋକ ପଧାନ, ରାକେଶ କୁମାର ପୋଢ଼ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।