ରକ୍ତ ର ରଞ୍ଜନ

✍🏾ବିଶ୍ବବିଜୟୀ ଦାଶ

ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା। ବିଶ୍ୱରେ ଆବଶ୍ୟକତା ତୁଳନାରେ ଉପଲବ୍ଧ ହେଉଥିବା ରକ୍ତର ପରିମାଣ ଯଥେଷ୍ଟ କମ୍‌। ଏହି କାରଣରୁ ଅନେକ ଲୋକଙ୍କ ଅକାଳରେ ମୃତ୍ୟୁ ହେଉଛି। ହେଲେ, ଯଦି ଲୋକମାନେ ସ୍ୱଇଚ୍ଛାରେ ରକ୍ତ ଦାନ କରିବାକୁ ଆଗେଇ ଆସନ୍ତି ତାହାହେଲେ ଅନେକ ଅମୂଲ୍ୟ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିବ। ସଚେତନତା ଅଭାବରୁ ଅଧିକାଂଶ ଲୋକ ରକ୍ତଦାନ କରିବାଠାରୁ ଦୂରେଇ ରୁହନ୍ତି। ରକ୍ତଦାନ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ସହିତ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ସର୍ବ ପ୍ରଥମେ ୨୦୦୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଥିଲା।

Omkar Vasthu
Omkar Vasthu

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମରେ ଜନ୍ମିତ ରଞ୍ଜନ କୁମାର ମହାପାତ୍ର, ଯାହାଙ୍କ ପିତାଙ୍କ ନାମ ସୁରେନ୍ଦ୍ର କୁମାର ମହାପାତ୍ର ଓ ମାତାଙ୍କ ନାମ ଶାନ୍ତିଲତା ମହାପାତ୍ର। ପିଲାଟି ବେଳୁ ଜନସେବା କରିବା ପାଇଁ ମନସ୍ଥ କରିଥିବା ରଞ୍ଜନ କୁମାର ମହାପାତ୍ରଙ୍କ ସ୍କୁଲ ଶିକ୍ଷା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୀମପୁରରୁ ଆରମ୍ଭ ହୁଏ, ପରବର୍ତ୍ତୀ ସମୟରେ ବାନାମ୍ବର ଏକାଡ଼େମୀ, ଭୀମପୁର ଦଶମ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଉତ୍ତୀର୍ଣ୍ଣ କଲାପରେ ଏସ୍.କେ.ସି.ଜି. ଅଟୋନୋମସ୍ ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନରେ ସ୍ନାତ୍ତକୋତର ଡ଼ିଗ୍ରୀ ହାସଲ କରିଛନ୍ତି। ଅଧୁନା ଦୁର୍ଗା ଚ଼ରଣ ଚ଼ିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟାଙ୍ଗୀ, ଖୋର୍ଦ୍ଧା ଠାରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଏତଦ୍ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲା ରେଡ଼କ୍ରସ ସଂଯୋଜକ ଭାବେ କାର୍ଯ୍ୟରତ। ମାନବ ସେବା ହିଁ ମାଧବ ସେବା, ଏହି ଉକ୍ତିକୁ ନିଜ ଜୀବନଦର୍ଶନରେ ସାମିଲ କରି ସମାଜ ପାଇଁ ନିଜକୁ ସମର୍ପିତ କରିଛନ୍ତି ରଞ୍ଜନ କୁମାର ମହାପାତ୍ର।
ସେ ୨୦୧୭ ମସିହାରେ ରେଡ଼କ୍ରସରେ ଯୋଗ ଦେଇଥିଲେ ଏବଂ ସ୍ବର୍ଗତ ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରକ୍ତଦାନ ପ୍ରତି ଆଗ୍ରହୀ ହୋଇ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିଲେ। ପରବର୍ତ୍ତୀ ସମୟରେ ପଣ୍ଡିତ ବିନୟ ଭୁଷଣ ମିଶ୍ରଙ୍କ ସହଯୋଗ ରେ ଅନ୍ୟ ବନ୍ଧୁ ମାନଙ୍କୁ ନେଇ ୨୦୧୯ ମସିହା ଅପ୍ରେଲ ୧୯ ତାରିଖ “ଦି ବ୍ଲଡ଼୍ ଡ଼ୋନର୍ସ ଓଡ଼ିଶା” ନାମକ ସଂଗଠନ ଗଢ଼ିଥିଲେ। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ସମାଜରେ କେହି ରକ୍ତ ଅଭାବ ରୁ ଅସୁବିଧାରେ ପଡ଼ନ୍ତୁ ନାହିଁ। ଏହି ସଂଗଠନ ମାଧ୍ୟମରେ ସେ ଏବଂ ସହଯୋଗୀ ବନ୍ଧୁ ମାନେ ନିଜେ ରକ୍ତଦାନ କରିବା ସହ କେଉଁ ମାନେ ରକ୍ତଦାନ କରିପାରିବେ, ରକ୍ତଦାନ କଲେ ଆମକୁ କି ଉପକାର ମିଳେ, ସେସବୁକୁ ଜନସାଧାରଣଙ୍କୁ ବୁଝାଇ ରକ୍ତଦାନ କରିବାକୁ ଉତ୍ସାହିତ କରିଥାନ୍ତି। ମହାମାରୀ କରୋନା ସମୟରେ ଏହି ସଂଗଠନ ଆଗକୁ ଆସି ରକ୍ତଦାନ କରି ଅନେକଙ୍କୁ ସାହାର୍ଯ୍ୟ କରିଛି। ଆଜି ପର୍ଯ୍ୟନ୍ତ ଏହି ସଂଗଠନ ୧୦୨୫ ୟୁନିଟ୍ ବ୍ଲଡ଼ ସଂଗ୍ରହ କରିଛି ଏବଂ ସଂଗଠନର ପ୍ରତିଷ୍ଠାତା ସଭାପତି ଶ୍ରୀ ରଞ୍ଜନ କୁମାର ମହାପାତ୍ର ନିଜେ ୨୦ ଥର ରକ୍ତଦାନ କରିଛନ୍ତି। ଏହି ସଂଗଠନ ୨୫ ଥର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରି ରକ୍ତ ସଂଗ୍ରହ କରିପାରିଛି। ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ସଂଗଠନର ଜନାଭିମୁଖୀ କାର୍ଯ୍ୟ ପାଇଁ ନୂଆ ଆଲୋକ ସମାଜସେବାର ଅନ୍ୟ ଏକ ନାମ ସଂଗଠନ ତରଫରୁ “ନୂଆ ଆଲୋକ ସମ୍ମାନ-୨୦୧୯”, କଟକ ଗୋପୀନାଥପୁର ସ୍ଥିତ ବିଜୟାନନ୍ଦ ଯୁବ ପରିଷଦ ତରଫରୁ “ଭାଗବତ ରକ୍ତ ସଂପର୍କ” ସମ୍ମାନ, ଜୀବନ ଜ୍ୟୋତି, ଓଡ଼ିଶା ସଂଗଠନ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦, କେନ୍ଦୁଝର ସମାଜସେବୀ ମହାସଂଘ ସଂଗଠନ ତରଫରୁ କରୋନା ଯୋଦ୍ଧା ସମ୍ମାନ- ୨୦୨୦, ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦, ହାପିନେସ୍ ଫାଉଣ୍ଡେସନ, ଜଷ୍ଟ ଫର୍ ୟୁ ସଂଗଠନ ପକ୍ଷରୁ ଜଷ୍ଟ ଫର୍ ୟୁ ସେବା ସମ୍ମାନ, ସ୍ବଚ୍ଛତା ଆୱାରନେସ୍ ଏଣ୍ଡ୍ ଧାରା ଆସୋସିଏସନ୍, ଟୋକନ୍ ଫର୍ ଆପ୍ରିସିଏସନ୍ ଭଳି ବହୁ ସଂଗଠନ ତରଫରୁ ସମ୍ମାନିତ ହୋଇସାରିଛି। ଆଜି ବିଶ୍ବ ରକ୍ତଦାତା ଦିବସରେ ଆସନ୍ତୁ ରକ୍ତଦାନ କରିବା ଓ ରକ୍ତଦାନ କରିବା ପାଇଁ ସଚ଼େତନତା କରିବା।

Pearl dental clinic
Near Ashish Medical Store, Bhawanipatna
ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ: ୬୩୭୦୨୦୮୪୨୮

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.