ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ବର୍ଦ୍ଧମାନ ଜୈନ): କେସିଙ୍ଗା ଥାନା ଉତ୍କେଲା ହାଇସ୍କୁଲ ପ୍ରାଙ୍ଗଣରେ ପୋଲିସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କେଲାର ଜନସାଧାରଣ ଓ ପୋଲିସ ମିଳିତ ଭାବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ଥାନାଧିକାରୀ ସତ୍ୟ କୁମାର ନନ୍ଦ, ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁରଙ୍କ ସମେତ ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି, ସମିତିସଭ୍ୟ ତ୍ରିନାଥ ମାଝୀ, ବିଶିଷ୍ଟ ରାଜନୀତିଜ୍ଞ ବସନ୍ତ ପୁରୋହିତ, ରୁପଚାନ୍ଧ ଜୈନ, ରମେଶ କୁମ୍ବାର, ପୁର୍ଣଚନ୍ଧ୍ର ପୁଟେଲ, ରାଜୁ ଅଗ୍ରଓ୍ବାଲ, ନବକିଶୋର ନାଏକ, ପବନ କୁମାର ଜୈନ ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଅଞ୍ଚଳରେ ଶାନ୍ତିି ଆଣିବା ପାଇଁ ମଦ, ସଟ୍ଟା କାରବାର, ହିସାଂ ମୂଳକ କାର୍ଯ୍ୟକଳାପ ଗୁଡିକୁ ପୋଲିସ ଓ ଜନତା ମିଳିତ ହୋଇ ମୁଳପୋଛ କରିବା । ଅଞ୍ଚଳର ଶାନ୍ତିି ସ୍ଥାପନ ପାଇଁ ଉଭୟ ପୋଲିସ ଓ ଜନତା ମଧ୍ୟରେ ସହଯୋଗ ନିହାତି ଆବଶ୍ୟକ। ଏପରି ଅନେକ ସଚେତନତା ମୁଳକ ବାର୍ତା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ହୋଇଥିଲା।