ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ: ୫ଜଣ ଓଡ଼ିଆଙ୍କ ମୃତ୍ୟୁ, ୩୦ ଆହତ, ୬ ଜଣଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ

ପଡୁଗୁମୁଡା ନିକଟରେ ଓଲଟିଲା ବସ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସଙ୍ଗୀତା ଟ୍ରାଭେଲସ୍ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗସ୍ତ ହୋଇଛି, ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଅଛି। ବସରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୬ ଜଣଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି। ବସଟି ସିନାପାଲି ଠାରୁ ବିଜୟୱାଡା ଯାଉଥିବାବେଳେ ପଡୁଗୁମୁଡା ଗ୍ରାମ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆନ୍ଧ୍ର ପ୍ରଦେଶ ୩୦ ନଂମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଅଛି। ସମସ୍ତ ମୃତକ ଓଡ଼ିଶାର ହୋଇଥିବା ସୂଚନା ରହିଛି। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୋଟାମାଲର ମିତୃ ହରିଜନ, ପୂଜା ହରିଜନଙ୍କ ସହ ତାଙ୍କ ୩ ଝିଅ ବସରେ ଯାଉଥିବା ବେଳେ ତାଙ୍କ ମଝିଆ ଝିଅ ମାହି ହରିଜନଙ୍କ ମୃତ୍ୟୁ ହୋଇଛି। ଆହତଙ୍କୁ ଭଦ୍ରାଚଳମ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀ ଦାଦନ ଶ୍ରମିକ ବୋଲି ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.