ଭତରା ଜନକଲ୍ୟାଣ ସମିତିର ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡା ଠାରେ ଭତରା ସମାଜ ଜନକଲ୍ୟାଣ ସମିତିର ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭତରା ଜନ କଲ୍ୟାଣ ସମିତି ର ଉପସଭାପତି ଦୟାନିଧି ପୂଝାରୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଭତରା ସମାଜ ସଭାପତି କୈଳାଶ ଚନ୍ଦ୍ର ମାଝୀ ଓ ମୁଖ୍ୟ ବକ୍ତା ଭାବରେ ଇଂ ତୃପ କୁମାର ପାତ୍ର ଯୋଗ ଦେଇ ସମାଜକୁ ଆଗକୁ ନେବାକୁ ହେଲେ ଶିକ୍ଷା ଓ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଖଗେଶ୍ୱର ନାଏକ, ପ୍ରକାଶ ପୁଜାରୀ, ମୋଟେର ଅଞ୍ଚଳ ସଭାପତି କମଳ ଲୋଚନ ଦଳପତି, କ୍ଷୀରୋଦ ମାଝୀ, ନୀଳକଣ୍ଠ ମାଝୀ, ଜନକଲ୍ୟାଣ ସମିତିର ସହ ସମ୍ପାଦକ କିଶୋର ଦଳପତି, କୋଷାଧକ୍ଷ ଗଣେଶ ଦଳାଇ, ସୁଶାନ୍ତ ମାଝୀ, ଅରୁଣ ମାଝୀ, ଭୁବନେଶ୍ୱର ଦିଶାରୀ, ସୁଧୀର ପାତ୍ର, ମୀନକେତନ ଦଳପତି, ସତ୍ୟ ନାଏକ, ବିଭୁତି ପୁଜାରୀ ପ୍ରମୁଖ ଯୋଗ ଦେଇଥିଲେ ।ଭତରା ଜନକଲ୍ୟାଣ ସମିତିର ସମ୍ପାଦକ ବୃନ୍ଦାବନ ପୂଝାରୀ ସଭା ପରିଚାଳନା କରିଥିବା ବେଳେ ପୁରନ୍ଦର ଦଳପତି, ତ୍ରିଲୋଚନ ମାଝୀ, ଭୀଷ୍ମରଥୀ ପୁଜାରୀ, ଜୟନ୍ତ ଦଳପତି, ଋଷିମଣୀ ପ୍ରଧାନୀ, ଘନଶ୍ୟାମ ଦଳପତି ବିଶେଷ ସହଯୋଗ କରିଥିଲେ । ପରି ଶେଷରେ ସ୍ୱାସ୍ଥ୍ୟ କର୍ମୀ ସୁଧୀର କୁମାର ଧଙ୍ଗଡ଼ା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.