ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସ୍ଥାନୀୟ ଆଦି ଷ୍ଟୁଡିଓ ଦ୍ବାରା କେସିଙ୍ଗାର ଇଷ୍ଟଦେବତା ବୁଢାରଜାଙ୍କ ମହିମାକୁ ନେଇ ‘ଶିରେ ବୁଢାରଜା ଶୋଭା ପାଏ’ ଗୀତ ଆଜି (ସୋମବାର) ରେକର୍ଡିଂ ହେବାକୁ ଯାଉଛି। ଏହି ଗୀତଟି ସମ୍ପୂର୍ଣ୍ଣ ହୋଇ ସାରଛି ଏବଂ କେସିଙ୍ଗାରେ ଥିବା କଳାକାର ମାନଙ୍କୁ ନେଇ ଷ୍ଟୁଡିଓରେ ରେକର୍ଡିଂ କରାଯିବ। ଏହା କେସିଙ୍ଗା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଂଗୀତ ନିର୍ଦ୍ଦେଶକ ଧୀରଜ ରଞ୍ଜନ ସାହୁ ଓ ଗୀତିକାର ଗୋବିନ୍ଦ ବାଗ ପ୍ରକାଶ କରିଛନ୍ତି। ଆଦି ଷ୍ଟୁଡିଓର କାର୍ଯ୍ୟକର୍ତ୍ତା ଯୁଗଳ କିଶୋର ଦୀପ ଓ ମଧୁ ସିନ୍ଦୁର ଏହି ଗୀତ ରେକର୍ଡିଂ ପାଇଁ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। କେସିଙ୍ଗା ଅଞ୍ଚଳର ବୁଦ୍ଧିଜୀବୀ, କ୍ରିଡାବିତ୍, କଳାକାର, ସମାଜସେବୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ନେଇ ଗୀତର ଭିଡିଓ ସୁଟିଙ୍ଗ ପ୍ରୋଜେକ୍ଟଟି କେସିଙ୍ଗାର ଆଦି ଷ୍ଟୁଡିଓ ଦ୍ବାରା ଆରମ୍ଭ ହେବ ଏବଂ ‘ଶିରେ ବୁଢ଼ାରଜା’ ଗୀତଟି ଖୁବ୍ ଶୀଘ୍ର ମୁକ୍ତି ଲାଭ କରିବ ବୋଲି ଜଣାପଡିଛି।