ବଡ଼ପୁଝାରୀଗୁଡା ପେକ୍ସ ସଭାପତି ଭାବରେ ଲଲିତ ନାଏକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ପୁଝାରୀଗୁଡା ପ୍ରାଥମିକ କୃଷି ସମବାୟ ସମିତିରେ ୧୫ଜଣ ନିର୍ଦ୍ଦେଶକ ପଦବୀ ଥିବା ବେଳେ ସମସ୍ତ ନିର୍ଦ୍ଦେଶକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ଶ୍ରୀ ସତ୍ୟ ନାଏକ, ଚୁଡ଼ାମଣି ନାଏକ, ଧନେଶ୍ଵର ପୁଞ୍ଜି, କେତନ ଧଙ୍ଗଡା ମାଝୀ, ଉଦ୍ଧବ ରାଉତ ଯୁଗଳ ନାଏକ, ନୀର ନାଏକ, ଯୁଗେଶ୍ବର ଦୁର୍ଗା, ଯୁଗେଶ୍ବର ନାଗ, ଲଲିତ କୁମାର ନାଏକ, ଦେବକୀ ଦୁର୍ଗା, ହେମନ୍ତ ନାଏକ, ବିଘ୍ନରାଜ ନାଏକ, ଚକ୍ରଧର ନାଏକ ଏବଂ ରତନ ନାଏକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ସମିତି ସଭାପତି ପଦବୀ ପାଇଁ ପୂର୍ବତନ ସଭାପତି ଲଲିତ କୁମାର ନାଏକ ଜଣେ ମାତ୍ର ପ୍ରାର୍ଥୀ ପତ୍ର ଦେଇଥିବାରୁ ବଡ଼ପୁଝାରୀଗୁଡା ସେବା ସମବାୟ ସମିତିର ସଭାପତି ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏନେଇ ସେବା ସମବାୟ ସମିତିର ନିର୍ବାଚନ ଅଧିକାରୀ ଲଲିତ କୁମାର ନାଏକଙ୍କୁ ବିଧିବଦ୍ଧ ଭାବେରେ ସମିତିର ସଭାପତି ଘୋଷିତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.