ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ବିଜେପି ସରକାର ବିରୋଧରେ ଆଜି ମ.ରାମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ମ.ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂ ଙ୍କ ନେତୃତ୍ବରେ ସ୍ଥାନୀୟ ଚାରି ଛକ ଠାରେ ବିକ୍ଷୋଭ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା। ଏଥିରେ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ବିଭୁତି ଭୁଷଣ ମହାଖୁଡ, କଂଗ୍ରେସ କର୍ମୀ ଚମରା ବଗର୍ତ୍ତୀ, ପ୍ରଭାକର ନାଗ, ଯୋଶୋଦା ନାଗ, ପ୍ରକାଶ ଚନ୍ଦ୍ର ମାଝୀ, ଲବୀର ଭୋଇ, କିଶୋର ମହାନନ୍ଦ, ଲଙ୍ଗେ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।