ମାଓ ତାଣ୍ଡବ: ୩ ଜବାନ ସହିଦ, ୭ ଗୁରୁତର

ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହମଲା କରିଛନ୍ତି ମାଓବାଦୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ବୋଡେନ୍ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା ହୋଇଥିବା ଖବର ହସ୍ତଗତ ହୋଇଛି । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ସଶସ୍ତ୍ର ମାଓବାଦୀ ମାନେ ହମଲା କରିଛନ୍ତି । ମାଓ ହମଲାରେ ୩ ସିଆରପିଏଫ୍ ଯବାନ ସହିଦ ହେବା ସହ ୭ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସହିଦ ଯବାନମାନେ ହେଲେ ଏଏସାଇ ଶିଶୁପାଳ ସିଂହ, ଏସଆଇ ଶିବପାଲ ଓ କନଷ୍ଟେବଳ ଧର୍ମେନ୍ଦ୍ର କୁମାର ସିଂହ। ଏବେ ବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ରହିଛି। ତେବେ ଏନେଇ ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି। ତେବେ ଗୁରୁତର ୭ ଯବାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ଦକ୍ଷିରାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍‌ପି ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି। ସହିଦ ଯବାନ ଲାଗି ସରକାର ତାରପରୁ ୨୦ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.