କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ କାଣ୍ଡେଲଠାରେ ଅନ୍ତର୍ଜାତୀୟ ଯୋଗ ଦିବସ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଭାରତ ସରକାରଙ୍କ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ଓ କାଣ୍ଡେଲ ଗାୟତ୍ରୀ ପରିବାର ପକ୍ଷରୁ କାଣ୍ଡେଲ ହାଇସ୍କୁଲ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ପ୍ରାରମ୍ଭରେ ଏକ ସଚେତନତା ରେଲି ଯୋଗ ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସହାୟକ ବିଷ୍ଣୁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରକୁ କେସିଙ୍ଗା ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ କାଣ୍ଡେଲ ସରପଞ୍ଚ ପାର୍ବତୀ ଶର୍ମା, ଲଇତରା ସରପଞ୍ଚ ଅଶୋକ ପୋଢ଼, ଶିରୋଲ ସରପଞ୍ଚ ଝରଣା ବାଗ, ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋକ ବାସୁଦେବ ଯୋଶୀ, ପରିବ୍ରାଜକ ଅଶୋକ ପାଣ୍ଡଇ, ଯୋଗ ପ୍ରଶିକ୍ଷକ ରଶ୍ମିରଞ୍ଜନ ସାହୁ, ପ୍ରଦ୍ୟୁମ୍ନ ଭୋଇ ପ୍ରମୁଖ ଯୋଗଦେଇ ଆଜିର ଦିବସ ପାଳନର ତାତ୍ପର୍ଯ୍ୟ ଓ ଯୋଗ ଉପରେ ଆଲୋକପାତ କରିଥିଲେ। ଯୋଗ କରିବା ଦ୍ଵାରା ମଣିଷ ଶରୀରର ପ୍ରତ୍ୟେକ ଅଂଶ ଚଳ ଚଞ୍ଚଳ ହେବା ସହିତ ମାନସିକ ବୃଦ୍ଧି, ବୌଦ୍ଧିକ ବିକାଶ,ହସୁସ୍ଥ ଶରୀର ଗଠନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, କ୍ୱିଜ ଆଦି ପ୍ରତିଯୋଗିତା ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱରରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ଯୋଗ ସମ୍ବନ୍ଧୀୟ ନାଚ, ଗୀତ ପରି ବେଷଣ କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.