କନ୍ଧମାଳର ନୂତନ ଜିଲାପାଳଙ୍କୁ ଭେଟିଲେ ବିଲାବାଡ଼ି ଗ୍ରାମ ପଞ୍ଚାୟତବାସୀ

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତକୁ ୨୦୧୨ ମସିହାରୁ ସାଂସଦ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯାଇଛି । କିନ୍ତୁ ପଞ୍ଚାୟତର ମୌଳିକ ସମସ୍ୟା ଦୂର ହୋଇ ପାରୁନାହିଁ । ବିଶେଷ କରି ଯୋଗାଯୋଗ ବ୍ୟବସ୍ଥା ଏହି ପଞ୍ଚାୟତର ମୁଖ୍ୟ ସମସ୍ୟା ହୋଇଛି । ଜାତୀୟ ରାଜପଥଠାରୁ ୧୧ କିମି ଦୂରରେ ଥିବା ବିଲାବାଡିକୁ ଯିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ବାଟରେ ଜଙ୍ଗଲ ପଡୁଥିବାରୁ ନୂତନ ରାସ୍ତା ନିର୍ମାଣ ପାଇଁ ପ୍ରତିବନ୍ଧକ ଦେଖା ଦେଉଛି । ନିର୍ମାଣ କାର୍ଯ୍ୟ ପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳୁନାହିଁ । ଗ୍ରାମବାସୀଙ୍କ ତରଫରୁ ଅନେକ ଥର ଦାବି କରାଗଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ତେଣୁ ଗ୍ରାମବାସୀମାନେ ଫୁଲବାଣୀ ଆସି ନୂତନ ଜିଲାପାଳଙ୍କୁ ଭେଟି ଏ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ସରପଞ୍ଚ ରବୀନ୍ଦ୍ର ଭୁକ୍ତା ଓ ନାଏବ ସରପଞ୍ଚଙ୍କ ନେତୃତ୍ୱରେ ବହୁ ମହିଳା ପୁରୁଷ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଜିଲାପାଳ ଦାବିପତ୍ର ଗ୍ରହଣ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.