ଜୁନାଗଡ଼ ବ୍ଲକ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ନିର୍ଦ୍ଦେଶ କ୍ରମେ ଜୁନାଗଡ଼ ବ୍ଲକର ଆଦିବାସୀ କର୍ମଚାରୀମାନଙ୍କୁ ନେଇ ନୂତନ କର୍ମକର୍ତ୍ତା ଚୟନ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ସ୍ଥାନୀୟ ତହସିଲଦାର ବେଦବ୍ୟାସ ଭୋଇ ସଭାପତିତ୍ବ କରିଥିଲେ। ଜିଲ୍ଲା ସ୍ତରରୁ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି କଳାହାଣ୍ଡି ଜିଲ୍ଲା ସଭାପତି ଜୟ କୁମାର ମାଝୀ, ସାଧାରଣ ସମ୍ପାଦକ କୁରେଶ୍ୱର ମାଝୀ ଏବଂ ସ୍ଥାନୀୟ ଉପକୋଷାଗାର ଅଧିକାରୀ ସୁମନ୍ତ କୁମାର ମାଝୀ, ଏଲଆଇସି ଏଏଓ ଚୈତନ୍ୟ ଶବର, ନବ ନିର୍ବାଚିତ ଜୁନାଗଡ଼ ବ୍ଲକ ଆଦିବାସୀ ସଂଘ ସଭାପତି ହୃଦାନନ୍ଦ ମାଝୀ, ଏନଏସି ଆଦିବାସୀ ସଂଘ ସଭାପତି ମୋହନଲାଲ ଭୋଇ, ଜୁନାଗଡ଼ ବ୍ଲକ ଉପଦେଷ୍ଟା ହରେକୃଷ୍ଣ ମାଝୀ, କୃଷ୍ଣଚନ୍ଦ୍ର ଭୋଇ, ଶ୍ରୀବତ୍ସ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଜୁନାଗଡ଼ ବ୍ଲକ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି ସଭାପତି ଭାବେ ସନ୍ତୋଷ କୁମାର ଯାନୀ, ଉପସଭାପତି ସୁବାସ ଚନ୍ଦ୍ର ଶବର, ସଦାନନ୍ଦ ମାଝୀ, ସାଧାରଣ ସମ୍ପାଦକ ମହେନ୍ଦ୍ର ଶବର, ଉପେନ୍ଦ୍ର ନାଏକ କୋଷାଧ୍ୟକ୍ଷ ପ୍ରଦୀପ ମାଝୀ ପ୍ରମୁଖ ନୂତନ ଭାବରେ ଚୟନ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.