ମୋହନଗିରି କୃଷି ସମବାୟ ସମିତି ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ବିଘ୍ନରାଜ ବିଶ୍ଵାଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ. ରାମପୁର ବ୍ଲକ ମୋହନଗିରି କୃଷି ସମବାୟ ସମିତି ସଭାପତି ଭାବରେ ବିଘ୍ନ ରାଜ ବିଶ୍ଵାଳ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣା ଯାଇଛି । ଏହି ସମିତିର ୧୪ଜଣ ଡାଇରେକ୍ଟରଙ୍କ ସହମତି କ୍ରମେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ତାଙ୍କର ପ୍ରସ୍ତାବକ ଅଶୋକ କୁମାର ପ୍ରଧାନ ଏବଂ ସମର୍ଥକ ଉପେନ୍ଦ୍ର କର୍ମୀ ରହିଥିଲେ । ନିର୍ବାଚନଅଧିକାରୀଭାବରେ ଗଜିନ୍ଦ୍ର ସାହା ରହିଥିବା ବେଳେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟୁକୁସେନ ଧରୁଆ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.