ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଘୋଷଯାତ୍ରା ଶୁକ୍ରବାର ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଯାଇଛି । ମହାମାରୀ କରୋନାର କଟକଣା ସାମାନ୍ୟ ହଟିବା ପରେ ଏବଂ ଦୀର୍ଘ ୨ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଭକ୍ତଙ୍କ ଗହଣରେ ନଅଦିନ ପାଇଁ ମାଉସୀ ଘରକୁ ଯାଇଛନ୍ତି ଚତୁର୍ଦ୍ଧା ମୂରତି । ଚଳିତ ବର୍ଷ ପାଗ ଅନୁକୁଳ ଓ ସ୍ୱାଭାବିକ ଥିବାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ଼ରୋଡ଼, ରାମଚନ୍ଦ୍ରପୁର, ଗନ୍ଧରବାରୁ, ମୁଷାନାଳ ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ପାଳିତ ହୋଇଥିବାବେଳେ ଲାଞ୍ଜିଗଡ଼ଠାରେ ନବନିର୍ମିତ ମନ୍ଦିରରୁ ବାହାରି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଗୁଣ୍ଡିଚା ବିଜେ କରିଥିଲେ । ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିଚାଳନା କମିଟି, ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.