ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନିକଟରେ ପ୍ରକାଶ ପାଇଥିବା ସିବିଏସଇ ପରୀକ୍ଷା ଫଳରେ ମ.ରାମପୁର ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଦନପୁର ଉତ୍ତମ ପ୍ରଦର୍ଶନ କରିଛି। ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ଥିବାବେଳେ ୯୨.୪ % ରଖି ଦୀପିକା ଧଙ୍ଗଡା ମାଝୀ ପ୍ରଥମ, ୯୧ % ରଖି କାର୍ତିକେଶ୍ୱର ସ୍ୱାଇଁ ଦ୍ଵିତୀୟ ଏବଂ ଦ୍ବାଦଶ ଶ୍ରେଣୀରେ ୮୨.୨ % ମାର୍କ ରଖି କୈବଲ୍ୟ ସାହୁ ପ୍ରଥମ ସ୍ଥାନରେ ରହିଥିବା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସଙ୍କୀର୍ତ୍ତନ ବେହେରା ସୂଚନା ଦେଇଛନ୍ତି।