ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସ୍ଵାଧୀନତାର ୭୫ତମ ବର୍ଷରେ ସାରା ଦେଶ ପାଳନ କରୁଛି ଅମୃତ ମହୋତ୍ସବ। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ଦେଶକୁ ପରାଧିନତାର ଶିକୁଳିରୁ ମୁକ୍ତ କରିବାକୁ ଯାଇ ସହୀଦ ହୋଇଥିବା ବୀର ପୁରୁଷ ମାନଙ୍କୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ରାଷ୍ଟ୍ର। ଏହି କ୍ରମରେ ମଦନପୁର ରାମପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ସ୍ବାଧିନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ବୀର ସହିଦ ରେଣ୍ଡୋ ମାଝୀଙ୍କ ଚର୍ଚ୍ଚା କରାଯାଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହିଦ ରେଣ୍ଡୋ ମାଝୀଙ୍କ ଅଣନାତି ଯୋଗେଶ୍ୱର ମାଝୀ ଯୋଗଦେଇ ସହିଦଙ୍କ ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପବିତ୍ର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଥିବାବେଳେ ସମ୍ମାନିତ ଅତିଥି ଭାବେ ସଂପାଦକ ରଜନୀ କାନ୍ତ ମହାଖୁଡ, କୋଷାଧକ୍ଷ ହେମନ୍ତ ସାହୁ, ସଦସ୍ୟା ଲିସା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହୀଦ ରେଣ୍ଡୋ ମାଝୀଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟାମାନେ ସହଯୋଗ କରିଥିଲେ।