ଷ୍ଟିଟ୍ ଲାଇଟ୍ ଲଗାଇବାରେ ଅନିୟମିତତା ନେଇ ବିଡିଓଙ୍କ ଠାରେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତରେ ରାସ୍ତା ଅଲୋକି କରଣରେ ଅନିୟମିତତା ହୋଇଥିବା ନେଇ ସିନାପାଲି ବିଡ଼ିଓ ସଦାଶିବ ନାଏକ ଙ୍କ ଠାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ସଦର ପଞ୍ଚାୟତ ଅନ୍ତର୍ଗତ କାପସି ଉଦନ୍ତି ନଗର (ହରିଜନ ପଡା) ଠାରେ ଷ୍ଟିଟ୍ ଲାଇଟ୍ ଲଗାଇବାରେ ମନମୁଖୀ କାର୍ଯ୍ୟ କୁନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏହା ଉପରେ ଅବଶ୍ୟକୀୟ ଉଚିତ ପଦକ୍ଷେପ ନେବାକୁ ସିନାପାଲି ବିଡିଓ ସଦାଶିବ ନାଏକଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ସିନାପାଲି ନବ ନିର୍ବାଚିତ ସମିତିସଭ୍ୟ ମନିଷ କୁମାର ପଟେଲଙ୍କ ନେତୃତ୍ବରେ ଯୁବକ ମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ସିନାପାଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ସଡକ ଆଳୁଅ ପାଇଁ ଷ୍ଟିଟ୍ ଲାଇଟ୍ ର ବ୍ୟବସ୍ଥା କରାଯାଉଛି । ହେଲେ ସିନାପାଲି ପଞ୍ଚାୟତର କାପସି ଗ୍ରାମ ଉଦନ୍ତି ନଗରରେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ ନିଜର ମନମୁଖୀ କରି ଏହି ସ୍ଥାନକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି। ଉକ୍ତ ସ୍ଥାନରେ ଏକ ନିମ୍ନ ମାନର ଅର୍ପେଟ୍ ବଲ ଲଗାଇ କାମ ସାରିଦେଇଛି। ଉକ୍ତ ନଗରର ମୁଖ୍ଯ ରାସ୍ତାରେ ୪ ରୁ ଉର୍ଦ୍ଧ୍ବ ବିଦ୍ୟୁତ ଖୁଣ୍ଟ ରହିଥିବା ବେଲେ ଅନ୍ୟ ସ୍ଥାନରେ ଲଗାଯାଇଥିବା ଭଳି ଉନ୍ନତମାନର ଷ୍ଟ୍ରିଟ ଲାଇଟ ନଲଗାଇ ଅର୍ପେଟ୍ ବଲ ଲଗାଇ କାମ ସାରି ଦିଆଯାଇଛି। ଯାହାକି ସେହି ଭିତରୁ ମଧ୍ୟ କିଛି ବଲ ଜଲୁନଥିବା ବେଲେ ଅନ୍ୟ ବଲ ଗୁଡିକ କମ୍ ପାୱାର ରେ ଜଲୁଛି। ଉକ୍ତ ନଗର ଠାରୁ ମନ୍ଦେରା ଛକ୍ ପର୍ଯ୍ୟନ୍ତ ଉଦନ୍ତି ନଦୀ ତଟ ହୋଇଥିବାରୁ ବର୍ଷା ଦିନରେ ବିଭିନ୍ନ ପ୍ରକାରର ବିଷାକ୍ତ ସାପ ସହ କୀଟପତଙ୍ଗ ଗୁଡିକର ଭୟ ରହୁଛି। ଅନେକ ସମୟରେ ଘରଘର ପଶୁଥିବା ଅଭିଯୋଗ ମଧ୍ଯ ହେଉଛି। ଯାହା ଫଲରେ ଜୀବନ ପ୍ରତି ବିପଦ ରହିବା ସହ ଭୟ ସ୍ରୁଷ୍ଟି କରୁଛି। କମ୍ ଆଲୁଅ ଯୋଗୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ମଧ୍ଯ ପଟୁଛି। ପ୍ରାପ୍ତ ସୁଚନା ଅନୁସାରେ ସିନାପାଲି ପଞ୍ଚାୟତ ପାଇଁ ପ୍ରଶାସନ ତରଫରୁ ୨୦ ଟି ଷ୍ଟିଟ୍ ବଲ ସଡକ ଆଳୁଅ ପାଇଁ ଆସିଥିବା ବେଲେ ସିନାପାଲି ସହରର କିଛି ସ୍ଥାନ ଓ କାପସି ବସ୍ତି ଭିତରେ ଲାଗିଛି। ହେଲେ ମୁଖ୍ଯ ରାସ୍ତା ରେ ଉଦନ୍ତି ନଗରରେ ଗୋଟିଏ ବି ଷ୍ଟିଟ୍ ଲାଇଟ୍ ଲଗାଯାଇନାହି। ଯାହା କି ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟକଳାପରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରୁଛି। ଉକ୍ତ ସମସ୍ୟାକୁ ନେଇ ଆଜି ବିଡିଓ ଶ୍ରୀ ନାଏକଙ୍କୁ କାପସି ଉଦନ୍ତି ନଗର ରେ ଷ୍ଟିଟ୍ ଲାଇଟ୍ ଦେବାକୁ ଦାବୀ କରାଯାଇଛି। ଶ୍ରୀ ପଟେଲ ସମେତ କୈଲାଶ ଚନ୍ଦ୍ର ଜଗତ, ବୁଲୁ ଜଗତ ସହ ଅନ୍ଯାନ୍ଯ ଯୁବକ ମାନେ ଉପସ୍ଥିତ ଥିଲେ। ଏନେଇ ସିନାପାଲି ବିଡିଓ ଶ୍ରୀ ନାଏକ ଖୁବ୍ ଶୀଘ୍ର ଷ୍ଟିଟ୍ ବଲ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.