ପୁଷ୍ପଗୁଛ ଦେଇ ସ୍ୱାଗତ କଲେ ସରପଞ୍ଚ ଓ ସମିତି ସଦସ୍ୟ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନୂଆ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ କିରଣ ଚନ୍ଦ୍ର ସାହୁ ଆଜି ବୁଧବାର ଦାଇତ୍ୱ ଗ୍ରହଣ କରିଛନ୍ତି । ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ସର୍ଗିଗୁଡା ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳୀ ବୁଦ୍ଧିଆ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ୱାଳ, ଯୋଗାଣ ସହାୟକ ଟଙ୍କଧର ସା, ଶଙ୍କର ଦୀପ, ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ ପ୍ରମୁଖ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ନୂଆ ପିଇଓ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱାଳ ନୂଆ ଭାବରେ କାର୍ଯ୍ୟରେ ଯୋଗଦାନ କରିଥିବା ଶ୍ରୀ ସାହୁଙ୍କୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସମସ୍ତ ଫାଇଲ, ରେଜିଷ୍ଟର ପ୍ରଭୃତି ଦାଇତ୍ୱ ଅର୍ପଣ କରିଥିଲେ । ସର୍ଗିଗୁଡା ସରପଞ୍ଚଙ୍କୁ ପୂର୍ଣ୍ଣ ଭାବରେ ସହଯୋଗ କରି, ତାଙ୍କ ସହ ଉତ୍ତମ ସମନ୍ୱୟ ରଖି ସର୍ଗିଗୁଡା ଗ୍ରାମ ପଞ୍ଚାୟତ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବି ବୋଲି ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି ।