ଜମି ପାଖରେ କେନାଲ କିନ୍ତୁ ଜଳ ସେଚନରୁ ବଞ୍ଚିତ ଚାଷୀ: ଅଭିଯୋଗ ପରେ ସ୍ଥିତି ସମୀକ୍ଷା କଲେ ବିଭାଗୀୟ ଅଧିକାରୀ

ବିଜେଡି ନେତା ଡ଼. ଭବାନୀ ଶଙ୍କର ନିଆଲ ଓ ପ୍ରଦୀପ ଦାସଙ୍କ ହସ୍ତକ୍ଷେପ ପରେ ସମସ୍ୟା ସମାଧାନ ନେଇ ଆଶା ଉଜ୍ଜଳ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା : କଳାହାଣ୍ଡିର ଅଧିକାଂଶ ଚାଷ ଜମି ଅଣ ଜଳସେଚିତ ହୋଇ ରହିଛି। ତେବେ ନିଜ ଜମି ପାଖରେ କେନାଲ ଯାଇଥିବା ବେଳେ ଜଳ ସେଚନର କୈାଣସି ସୁବିଧା ନଥିବାରୁ ଜଳକା ହୋଇ ଚାହିଁ ରହିଛନ୍ତି ସର୍ଦାପୁର ଅଞ୍ଚଳର ଚାଷୀ। ଏନେଇ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଭବାନୀପାଟଣା ସଦର ବ୍ଲକ ଗୁଡ଼ିଆଳିପଦର ସର୍ଦାପୁର ଦେଇ ରେତ କେନାଲ ଯାଇଛି। ତେବେ ଏହି ୮ ନମ୍ବର ରେତ କେନାଲରେ ଟେକ୍ନିକାଲ ଡ଼ିଫେକ୍ଟ ଥିବା କାରଣରୁ ସର୍ଦାପୁର ଓ ଗୁଡ଼ିଆଳିପଦରର ଆଖାପାଖି ୩୦୦ ଏକର ଜମି ଅଣ ଜଳସେଚିତ ହୋଇ ରହିଆସୁଅଛି। ଏହି ବିଷୟରେ ବିଗତ ବର୍ଷ ମାନଙ୍କରେ ଗ୍ରାମବାସୀଙ୍କ ତରଫରୁ ରେତ ଏକ୍ସଜ୍ୟୁକେଟିଭ ଇଞ୍ଜିନିୟରଙ୍କୁ ବିଭିନ୍ନ ଦରଖାସ୍ତ ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କୈାଣସି ସୁଫଳ ମିଳି ପାରିନାହିଁ। ଏନେଇ ଗ୍ରାମବାସୀମାନେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ ଓ ମୋ ଓଡିଶା କନଭେନର ପ୍ରଦୀପ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାଖରେ କେନାଲ ଥାଇ ଜଳ ସେଚନରୁ ବଞ୍ଚିତ ଏହି ଚାଷୀମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଦୁଇନେତା ରେତ ଏକ୍ସଜ୍ୟୁକେଟିଭ ଇଞ୍ଜିନିୟରଙ୍କୁ ଯୋଗାଯୋଗ କରିଥିଲେ। ଏହାକୁ ଆଖି ଆଗରେ ରଖି କଳାହାଣ୍ଡି ରେତ ଏକ୍ସଜ୍ୟୁକେଟିଭ ଇଞ୍ଜିନିୟର ତଦନ୍ତ କରିବା ସହ ଆଜି ସର୍ଦାପୁର ଯାଇ ପ୍ରତ୍ୟେକ୍ଷ ଭାବେ ପରିଦର୍ଶନ କରିଥିଲେ। ଏହି ସମୟରେ ଗ୍ରାମବାସୀମାନେ ଏକ ଦାବିପତ୍ର ପ୍ରଦାନ କରି ୩୦୦ ଏକର ଜମିରେ କିଭଳି ଭାବରେ ଜଳସେଚିତ ହେବ ସେନେଇ ଅତିଶୀଘ୍ର ପଦକ୍ଷେପ ନେବାପାଇଁ ସାମୁହିକ ଭାବେ ନିବେଦନ କରିଥିଲେ। ଏହାର ଉତ୍ତରରେ ରେତ ଏକ୍ସଜ୍ୟୁକେଟିଭ ଇଞ୍ଜିନୀୟର ଅତିଶୀଘ୍ର ବିଭାଗୀୟ ଅଧିକାରି, ଗ୍ରାମବାସୀ ଓ ପାଣି ପଞ୍ଚାୟତ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଗ୍ରାମବାସୀମାନେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ନିଆଲ ଏବଂ ମୋ ଓଡିଶା କନଭେନର ଶ୍ରୀ ଦାସଙ୍କ ଏପରି କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.