ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲାର ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କୁ ନେଇ ବ୍ଲକ ସ୍ତରୀୟ ନିଖିଲ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଗଠିତ ହୋଇଯାଇଛି । ଫରସରା ଆଶ୍ରମ ବିଦ୍ୟାଳୟଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁଶିଲ କୁମାର ପତି ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଉପସଭାନେତ୍ରୀ ଝରାମଣି ଦେଇ, ସମ୍ପାଦକ ଲାଏବାନ ବାଗ, ପ୍ରଧାନ ଶିକ୍ଷକ ଜୈତିଚରଣ ନାଗ, ଟିକେରାମ ମେହେର, ଶ୍ୟାମକୁମାର ଦଣ୍ତସେନା, ଅଖିଲ ଧରୁଆ, ଧନିକର ଜଗତ ପ୍ରମୁଖ ମଞ୍ଚାସିନ ଥିଲେ । ସର୍ବସମ୍ମତି କ୍ରମେ ବୋଡ଼େନ ବ୍ଲକ ସ୍ତରୀୟ ସଭାପତି ଭାବରେ ଶ୍ୟାମକୁମାର ଦଣ୍ତସେନା, ଉପସଭାପତି ନରେଶ ସୁନାନୀ, ସମ୍ପାଦକ ଜତିନ୍ଦ୍ର ମେହେର, ସହ ସମ୍ପାଦକ ମୋହନ ଚରଣ ଦାସ ଓ କୋଷାଧ୍ୟକ୍ଷ ଅଖିଳ ଧରୁଆ ଏବଂ ଜିଲ୍ଲା ପ୍ରତିନିଧି ଭାବରେ ଗଜାନନ ଧରୁଆ ଓ ଶ୍ୟାମସୁନ୍ଦର ସୁନାନୀଙ୍କୁ ଚୟନ କରାଯାଇଥିଲା । ପରିଶେଷରେ ଟିକେରାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।