ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିସାଂର ସନ୍ଦେଶ ନେଇ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ରାଜଧାନୀରୁ ଯାତ୍ରା ଆରମ୍ଭ କରୁଛି ଅହିସାଂ ରଥ । ଏହା ସାରା ଓଡିଶା ପରିକ୍ରମା କରିବାକୁ ରହିଥିବା ବେଳେ ୫ ଅକ୍ଟୋବରରେ ନର୍ଲାରେ ସକାଳ ୯.୩୦ ସମୟରେ ଆସି ପହଞ୍ଚିବ । ସରକାରୀ ସ୍ତରରେ ହେଉଥିବା ଏହି କାର୍ଯ୍ୟକ୍ରମ ସମସ୍ତ ସରକାରୀ ଅଧିକାରୀ, ଗ୍ରାମ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଓ ନିର୍ବାଚିତ ଲୋକ ପ୍ରତିନିଧି ମାନେ ସାମିଲ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମଙ୍ଗଳବାର ନର୍ଲା ବ୍ଲକ୍ ସମ୍ମେଳନ କକ୍ଷରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବିଡିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ସାଂସଦ ପ୍ରତିନିଧି ପ୍ରଦୀପ କୁମାର ନାଏକ, ବିଧାୟକ ପ୍ରତିନିଧି ପରେଶ ପଧାନ, ଏବିଡିଓ ଦେବେନ୍ଦ୍ର ସାମଲ, ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ କଳାହାଣ୍ଡି ମାଟିର ଗୌରବ, ବିଶିଷ୍ଟ କଣ୍ଠଶିଳ୍ପି ସର୍ବେଶ୍ୱର ଭୋଇ, ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ସନତ କୁମାର ଶତପଥି, ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ, ସେକ୍ସନ ଅଫିସର ଦିଗ ପଧାନ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେବା ସହ ସ୍ୱାଗତ କରିବାର ରୁପରେଖ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏବିଡ଼ିଓ ଦେବେନ୍ଦ୍ର ସାମଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିବା ବେଳେ ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅହିଂସା ରଥ ମ.ରାମପୁର ବ୍ଲକ ଦେଇ ନର୍ଲା ଆସିବାକୁ ରହିଥିବା ବେଳେ ନର୍ଲା ବ୍ଲକ୍ଳର ପ୍ରବେଶ ଦ୍ୱାର ସେରଗଡ ଗ୍ରାମ ପଞ୍ଚାୟତ ଦେଇ ଆସିବ । ଏଣୁ ସେରଗଡ ଗ୍ରାମ ପଞ୍ଚାୟତରେ ପ୍ରଥମେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ବୋଲି ନିଷ୍ପତି ହୋଇଥିଲା । ଏଥିପାଇଁ ସେରଗଡର ଉଦୀୟମାନ ଯୁବ ସରପଞ୍ଚ ରାହୁଲ ସାହୁ ଦାଇତ୍ୱ ନେଇ ରଥକୁ ସ୍ୱାଗତ କରିବେ ବୋଲି ନିଷ୍ପତି ନିଆଯାଇଥିଲା । ଏହାପରେ ରଥ ତୁଳାପଡା, ଭାନପୁର ଓ ବାଗପୁର ଗ୍ରାମ ପଞ୍ଚାୟତ ଦେଇ ନର୍ଲା ବ୍ଲକ ଅଫିସରେ ପହଞ୍ଚିବ । ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତୀ ସେଠୀଙ୍କ ନେତୃତ୍ୱରେ ସମସ୍ତ ବ୍ଲକ କର୍ମଚାରୀ ତହସିଲ ଅଫିସ୍ କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦାପନା କରି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବେ । ଏହାପରେ ରଥ ନର୍ଲା ଚାରିଛକରୁ ମାଣ୍ଡେଲ ଓ ରୁପ୍ରାରୋଡକୁ ଯାଇ ସେଠାରୁ ପୁଣି ଛତିକୁଡା ଦେଇ ଭବାନୀପାଟଣା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିବା ବିଡିଓ ଶ୍ରୀମତୀ ସେଠୀ ସୁଚନା ଦେଇଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବାଗପୁର ସରପଞ୍ଚ ଗୋପାଲ ହାତୀ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଜୟ ମେହେର, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ଅମିତ କୁମାର ସିଂ,ପ୍ରଭାସିନୀ ଏକ୍କା, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, କ୍ଷୀରସିନ୍ଧୁ ରଣା, ରୋହିତ ପଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଏସଏସଓ ପ୍ରଦୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।