ମେଗାଲିଫ୍ଟ କେନାଲରୁ ଜଳଯୋଗାଣ ଦାବିନେଇ ନିର୍ବାହି ଯନ୍ତ୍ରୀଙ୍କ ଦ୍ୱାରସ୍ତ ହେଲେ ୩ ପଞ୍ଚାୟତର ଚାଷୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଳରୁ ପାଣି ଯୋଗାଣରେ ଅନିୟମିତତା ଅଭିଯୋଗ କରି କୋକସରା ବ୍ଲକର ରେଙ୍ଗାଳପାଲି, ମୂଷାପାଲି ଓ ଡାଲଗୁମା ପଞ୍ଚାୟତର ଶତାଧିକ ଚାଷୀ ସୋମବାର କୁସୁମଖୁଣ୍ଟି ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହି ଯନ୍ତ୍ରୀଙ୍କ ଦ୍ୱାରସ୍ତ ହୋଇଛନ୍ତି । ସୂଚନା ଅନୁସାରେ, ମେଗାଲିଫ୍ଟ କେନାଲ କାର୍ଯ୍ୟକାରୀ ହୋଇ ପ୍ରାୟ ୨ବର୍ଷ ହୋଇଥିବାବେଳେ ଆରମ୍ଭ ରୁ ହିଁ ଜଳଯୋଗାଣ ପରିଚାଳନା ରେ ଅନିୟମିତତା ହୋଇଥିବା ନେଇ ଅଞ୍ଚଳ ର ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅନେକ ଭୂତଳ ପଏଣ୍ଟ ରେ ପାଣି ଆସୁନାହିଁ । ଫଳରେ ଚାଷୀ କେନାଲ ପାଣି ଚାଷଜମି କୁ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ମେଗାଲିଫ୍ଟ କେନାଲ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିକଟରେ କୋକସରା ବ୍ଲକରେ ଏକ ଚାଷୀ ସଚେତନତା କର୍ମଶାଳା କରି ଚାଷୀଙ୍କ ସମସ୍ତ ଅଭିଯୋଗ କୁ ସମାଧାନ କରିବା ପାଇଁ ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସମେତ କୁସୁମଖୁଣ୍ଟି ନିର୍ବାହି ଯନ୍ତ୍ରୀ ଚାଷୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅଧିକାରୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ବ୍ଲକ ରେ ୧୧ ହଜାର ହେକ୍ଟର ପାଇଁ ଜଳ ସେଚନ ର ବ୍ୟବସ୍ଥା ରହିଥିବା ବେଳେ ଅଧିକାଂଶ ଚାଷଜମି ଜଳସେଚନ ରୁ ବାଦ ପଡିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ସୋମବାର ବ୍ଲକ ର ୩ ପଞ୍ଚାୟତ ର ଚାଷୀମାନେ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନଥିଲା । ପରେ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ ଦେଇ ଫେରିଛନ୍ତି । ବାରମ୍ବାର ଜଣାଇବା ପରେ ମଧ୍ୟ ଅଧିକାରୀ ମାନେ କୌଣସି ସମାଧାନ କରୁ ନଥିବା ଚାଷୀ ବିକ୍ରମ କୁମାର ସାହୁ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ବିଶି, ଧୀରେନ୍ଦ୍ର ରାଉତ, ଭୀମସେନ ଖମାରି, ଯଦୁମଣି ସାହୁ, ଅନନ୍ତ ପଟ୍ଟନାୟକ, ମହେନ୍ଦ୍ର ସାହୁ, ନାଗେଶ୍ୱର ଖମାରି, ରାଜ କିଶୋର ସାହୁ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ଏନେଇ କୁସୁମଖୁଣ୍ଟି ଉପର ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ କୁସୁମଖୁଣ୍ଟି ନିର୍ବାହି ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାରୁ ଚାଷୀଙ୍କ ଅଭିଯୋଗ ଅନୁସାରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି । ପାଇପ ଲାଇନ ମରାମତି ସହ ଜଳଯୋଗାଣ କରାଯିବ ବୋଳି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.