ବିଭିନ୍ନ ଦାବି ନେଇ ଏଲ୍ଆଇସି ଅଭିକର୍ତ୍ତା ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଭାରତୀୟ ଜୀବନ ବୀମା ନିଗମ (ଏଲ ଆଇ ସି) ଅଧୀନରେ କାର୍ଯ୍ୟରତ ସମସ୍ତ ଅଭିକର୍ତ୍ତାଙ୍କ ପକ୍ଷରୁ ବିଭିନ୍ନ ଦାବି ନେଇ ଚଳିତ ମାସ ଗତ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଡିଭିଜନ ଅଧିନସ୍ଥ ଭବାନୀପାଟଣା ଏଲ୍ଆଇସି ଶାଖା ଅଭିକର୍ତ୍ତା ସଂଘ ପକ୍ଷରୁ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । କେସିଙ୍ଗା ସ୍ଥିତ ଏଲ୍ଆଇସି ସାଟେଲାଇଟ କାର୍ଯ୍ୟାଳୟ ରେ ଭବାନୀପାଟଣା ଶାଖା ଅଭିକର୍ତ୍ତା ସଂଘର ଉପସଭାପତି ବିଶ୍ବମ୍ବର ପଧାନ ଙ୍କ ନେତୃତ୍ବରେ ଯୁଗ୍ମ ସମ୍ପାଦକ କୁମୁଦ ରଣା, କୋଷାଧ୍ୟକ୍ଷ ନରେନ୍ଦ୍ର ସାହୁ, ବରିଷ୍ଠ ଅଭିକର୍ତ୍ତା ଗଜିନ୍ଦ୍ର ସାହୁ, ବିଶିକେଶନ ଗହିର, ଲୋକେଶ୍ବର ସାହୁ, ଉମେଶ ପାଢ଼ୀ, ପ୍ରଫୁଲ୍ଲ ସାହୁ, ମୁରଲୀଧର ବିଶି, ଶ୍ରେଷ୍ଠ ଭୋଇ, ମଧୁ ଠାକୁର, ରତ୍ନପ୍ରଭା ପଣ୍ଡା, ସସ୍ମିତା ରାଉତ, ବ୍ୟସଦେବ ବାରିକ, ଲିଙ୍ଗରାଜ ମହଲା,ତ୍ରିନାଥ ସାହା ପ୍ରମୁଖ ଅନେକ ଅଭିକର୍ତ୍ତା ସାମିଲ ହୋଇ କାର୍ଯ୍ୟବନ୍ଦ କରିଥିଲେ । ଜଏଣ୍ଟ ଏକ୍ସନ କମିଟି ର ଦାବି ଅନୁଯାୟୀ ପଲିସି ହୋଲଡର୍ ବୋନସ ବୃଦ୍ଧି, ଋଣ ଆଉ ବିଳମ୍ବ ଦେୟ ସୁଧ କମାଇବା, ଜିଏସଟି ଉଚ୍ଛେଦ କରିବା, ଗ୍ରାଚୁୟିଟି ବୃଦ୍ଧି କରିବା, ଟର୍ମ ଆସୁରେନ୍ସ ବୃଦ୍ଧି କରିବା, ସମସ୍ତ ଅଭିକର୍ତ୍ତା ମାନଙ୍କ ପାଇଁ ମେଡିକ୍ଲେମ ସୁବିଧା ଯୋଗାଇବା, ପେନସନ ସ୍କିମ ଲାଗୁ କରିବା, ଏଜେଣ୍ଟ କମିଶନ ବୃଦ୍ଧି କରିବା ପ୍ରମୁଖ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.