ଅମାଠ ଛକରେ ଡକାୟତି

୭୦ ହଜାର ଟଙ୍କା ଓ ଚେକ୍ ବୁକ୍ ଲୁଟିନେଲେ ଦୁର୍ବୃତ୍ତ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ଥାନା ଅମାଠ ଛକଠାରେ ଦିନ ଦ୍ବିପହରରେ ଡ଼କାୟତି ହୋଇଥିବା ଘଟଣା ଅଞ୍ଚଳରେ ଚହଳ ପକାଇ ଦେଇଛି। କେସିଙ୍ଗାରୁ ବଲାଙ୍ଗୀର ଯାଉଥିବା ସୁବାଷ ମୋଟାରି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୭୦ ହଜାର ଟଙ୍କା ଓ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଚେକ୍ ନେଇ ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିଲେ । ସୁବାଷ ବଲାଙ୍ଗୀରର ଆବ୍ଲି ଏଣ୍ଟର୍ ପ୍ରାଇଜେସ ନାମକ ଏକ ହୋଲ୍ ସେଲ୍ ଔଷଧ ବିତରକ ଦୋକାନର ଷ୍ଟାଫ ବୋଲି ଜଣାପଡିଛି। ସେ କେସିଙ୍ଗାରୁ କଲେକସନ ସାରି ନିଜ ମୋଟରସାଇକେଲରେ ବଲାଙ୍ଗୀର ଫେରୁଥିବା ସମୟରେ ଅମାଠ ଛକ ଠାରେ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ତାଙ୍କୁ ଅଟକାଇ ଥିଲେ । ପରେ ତାଙ୍କୁ ମାଡ଼ ମାରି ତାଙ୍କ ଠାରେ ଥିବା ନଗଦ ୭୦ ହଜାର ଟଙ୍କା ଓ ପ୍ରାୟ ଦେଢ ଲକ୍ଷ ଟଙ୍କାର ଚେକ୍ ନେଇ ଫେରାର ହୋଇ ଯାଇଥିଲେ । ଏନେଇ ସୁବାଷ କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ରହିଛି । ଏଠାରେ ପ୍ରକାଶ ଥାଉକି ଅମାଠ ଛକ ଠାରେ ଗୋଟିଏ ପୋଲିସ ପୋଷ୍ଟ ଥିଲେ ମଧ୍ୟ ସେଠାରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.