ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମର ଧର୍ମ ପରାୟଣା ମହିଳା ପ୍ରମିଳା ରାଉତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ବହୁ ପୂର୍ବରୁ ତାଙ୍କର ଶାରିରୀକ ସମସ୍ୟା ରହୁଥିଲା । ହୃଦଘାତ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମେଲାପୀ, ମିଷ୍ଟଭାଷୀ, ସ୍ନେହୀ ମହିଳା ଭାବରେ ଗ୍ରାମରେ ତାଙ୍କର ବେଶ ସୁଖ୍ୟାତି ରହିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁତ୍ର ପ୍ରମୋଦ ଓ ବୁଲୁ ଏବଂ ଦୁଇ ପୁତ୍ର ବଧୁ, ନାତି, ନାତୁଣି ସମସ୍ତେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସର୍ଗିଗୁଡାରେ ଶୋକର ଛାୟା ଖେଳିଯାଇଛି । ଶ୍ରୀମତୀ ରାଉତଙ୍କ ମୃତ୍ୟୁରେ ନର୍ଲା ଲାଞ୍ଜିଗଡ଼ କରଣ ସମାଜର ସଭାପତି, ସମ୍ପାଦକ, ବରିଷ୍ଠ ସଦସ୍ୟ ପ୍ରମୋଦ ପରିଡା, ପିଣ୍ଟୁ ପରିଡା, ରାଜା ପରିଡା, ରାମଚନ୍ଦ୍ର ପରିଡା, ଲକ୍ଷ୍ମଣ ପରିଡା, ପପୁ ପରିଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।