ଯୁବ କଂଗ୍ରେସ ପକ୍ଷରୁ ସିନାପାଲିରେ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଦେଶରେ ହୁ ହୁ ହୋଇ ବଢୁଥିବା ବେକାରୀ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ‘ରାଷ୍ଟ୍ରୀୟ ବେରୋଜଗାର ଦିବସ’ ଭାବେ ପାଳନ କରିଛି ଯୁବ କଂଗ୍ରେସ । ଏହି କ୍ରମରେ ସିନାପାଲି ଠାରେ ବ୍ଲକ ଯୁବ କଂଗ୍ରେସ ଓ ଜିଲ୍ଲା ଯୁବ କଂଗ୍ରେସର ମିଳିତ ଆନୁକୂଲ୍ୟରେ ଶୋଭାଯାତ୍ରା ଓ ପ୍ରତିବାଦ ସହ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ ଯାଦବଙ୍କ ନେତୃତ୍ବରେ ଓ ସିନାପାଲି ବ୍ଲକ ଯୁବ କଂଗ୍ରେସ ସଭାପତି ଲମ୍ବୋଦର ମାଝୀଙ୍କ ସଂଯୋଜନାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ପତିଆରାରେ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ବାହାରି ‘ଯୁମଲା ନାହିଁ ଜବାବ ଦୋ ବେରୋଜଗାର କୋ ରୋଜଗାର ଦୋ’ ନାରା ବାଜି କରି ସିନାପାଲି ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେଠାରେ ଜଳଖିଆ ଦୋକାନରେ ଜଳଖିଆ ବିକ୍ରୀ କରି, ପେଟ୍ରୋଲ ପମ୍ପରେ ମଜୁରିଆ ଭାବରେ କାମ କରି ପ୍ରତିକାତତ୍ମ ଭାବରେ ଦେଶରେ କିଭଳି ଉଚ୍ଚ ଶିକ୍ଷା ଲାଭ କଲା ପରେ ଶିକ୍ଷିତ ଯୁବକ ମାନେ ରୋଜଗାର ନ ପାଇଁ ଏ କାମ କରୁଛନ୍ତି ନଚେତ୍ ଦାଦନ ଖଟିବାକୁ ଯାଉଛନ୍ତି ତାହା ପ୍ରଦର୍ଶିତ କରିଥିଲେ ।

Udyog Nursery
Udyogi Nursery

ଭାରତରେ ୪୫ ବର୍ଷ ପରେ ବେରୋଜଗାରଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ମୋଦି ଜି କହିଥିଲେ ପ୍ରତି ବର୍ଷ ୨ କୋଟି ନୂଆ ନିଯୁକ୍ତି ଦେବେ ହେଲେ ଆଜିକୁ ୮ ବର୍ଷ ହେଲେ ୧୬ କୋଟି ନିଯୁକ୍ତି କଥା ଛାଡ ଓଲଟା ୨୮ କୋଟି ଲୋକ ନିଯୁକ୍ତି ହରେଇଛନ୍ତି । ଏହା ଆମେ ନୁହେଁ ସରକାରୀ ରେପୋର୍ଟ କହୁଛି ବୋଲି ମତବ୍ୟକ୍ତ କରିଛନ୍ତି ନୂଆପଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ ଯାଦବ ଓ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା।


ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ଉସଭାପତି ମହମ୍ମଦ ସାହେବ୍, ପିସିସି ସଦସ୍ୟ ଲିଙ୍ଗରାଜ ଘିଭେଲା, ଜିଲ୍ଲା ଓବିସି ସେଲ୍ ସଭାପତି ହିରାଧର ମେହେର, ବ୍ଲକ ସଭାପତି ଜୟପାଲ ନାଗ, ଖରିଆର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ତାଣ୍ଡି, ବୋଡ଼େନ ବ୍ଲକ ଯୁବ କଂଗ୍ରେସ ସଭାପତି ରାଇସିଂ ମାଝୀ, ଖଡିଆଳ ବ୍ଲକ ଯୁବ କଂଗ୍ରେସ ସଭାପତି ଚନ୍ଦ୍ରଧ୍ଵଜ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗିରି ମାଝୀ, ହାଡୁ ମେହେର, ଚିନ୍ତାମଣି ହଂସ, ଛାତ୍ର କଂଗ୍ରେସର ସଭାପତି ଆଫତାବ ଖାନ, ଯୁବ କାଂଗ୍ରେସର ରମେଶ କଟା, ଲକ୍ଷ୍ମୀ ହଂସ, ଭାରତ ବଗର୍ତ୍ତି, ଅରବିନ୍ଦ ପ୍ରଧାନ, ରଘୁ ମଙ୍ଗରାଜ, ବିଶ୍ବମ୍ବର ଜଗତ, ବରୁଣ ସୁନା, ଲକ୍ଷ୍ମୀକାନ୍ତ ବନଛୋର, ଅତିକ ରହମାନ, ସୁରେନ୍ଦ୍ର ମଙ୍ଗରାଜ, ବଡ ଜଗତ, ମଦନ ଘିଭେଳା, ମୋହିତ କାଣ୍ଡ, ଅଲେଖ ଜଗତ ପ୍ରମୁଖଙ୍କ ସହ ଅନେକ ଯୁବ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.