ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁରର ଆରଦ୍ଧ୍ୟା ଦେବୀ ଲଙ୍କେଶ୍ବରୀଙ୍କ ଦଶହରା ଯାତ୍ରା ଅବସରରେ ହେବାକୁଥିବା ମହାଆଳତି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା ଲଙ୍କେଶ୍ଵରୀ ଡେଭ୍ଲପମେଣ୍ଟ କମିଟି ସଭାପତି ଜିତେନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ସମ୍ପାଦକ ଚନ୍ଦନ ସେଠୀ, କୋଷାଧ୍ୟକ ସିଦ୍ଧାର୍ଥ କୁମାର ସାହୁ, ସଦସ୍ୟ ମୁନା ବାରିକ, ପ୍ଲାବନ ମହାପାତ୍ର, ପବିତ୍ର କୁମାର ସାହୁ, ସୂର୍ଯ୍ୟନାରାୟଣ ବେହେରା, ମାର୍କଣ୍ଡ ତରିଆ, ବିଶ୍ୱଜିତ୍ ବିଦ୍ୟାଧର, ମୁନା ପାଣ୍ଡେ , ହଳଧର ତରିଆ, ଲାଲୁ ସେଠୀ, ବିବେକ ସେଠୀ, ବଳରାମ ତରିଆ, ରାମେଶ୍ବର ତରିଆ, ସିଦ୍ଧାନ୍ତ ସାହୁ, ରମେଶ ତରିଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଦଶହରାର ୧୦ ଦିନ ଲଙ୍କେଶ୍ୱରୀ ଦେବୀଙ୍କ ପୂଜା ହେବ । ସେପ୍ଟେମ୍ବର ୨୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରତିଦିନ ଦୁଇଟି ଓ ମହାଲୟାରୁ ଦଶହରା ପର୍ଯ୍ୟନ୍ତ ଯଥା ୧ ଅକ୍ଟୋବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତିଦିନ ପାଞ୍ଚଟି ମହାଆଳତି ରହିବ । ତେଣୁ ଏଥିରେ ସୋନପୁରବାସୀ ଉପସ୍ଥିତ ରହି ସହଯୋଗ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।