ଆଜି ବି ଦେଢଶୂଳୀ ପଞ୍ଚାୟତର ପନ୍ଦରଟି ଗ୍ରାମରେ ଜଳି ନାହିଁ ବିଜୁଳୀବତୀ

ବିଦ୍ୟୁତ ସହିତ ଅନ୍ୟାନ୍ୟ ସେବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ଆଜି ବି ଅନେକ ପଞ୍ଚାୟତ ରହିଛି ଯୋଉଠି ବିଭିନ୍ନ ମୌଳିକ ସୁବିଧା ପହଂଚି ପାରିନାହିଁ । ଏହି ବ୍ଲକର ଦେଢଶୂଳୀ ପଂଚାୟତର ପନ୍ଦରଟି ଗ୍ରାମରେ ଆଜି ବି ବିଦ୍ୟୁତ ସେବା ପହଂଚି ପାରିନଥିବା କାରଣରୁ ଏହି ଅଂଚଳବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଦେଢଶୂଳୀ ପଂଚାୟତର କାଉପଦର, ବିରିପଡ଼ି, ସିନ୍ଧିପଡ଼ି, ରାକ୍ଷାସବନ୍ଧ, ଟ୍ରାସୁପଡ଼ା, ଦେଢଶୂଳୀ, ଲଦାମସ୍କା, ଡ଼ମଗାଁ, ବତିମୁଣ୍ଡା, ପଟଙ୍ଗ, ସେରେଙ୍ଗପଡ଼ା, ଗସ୍କା, ବାଦେନଦେଇ, ପାଜି ବୁଡ଼ୁଙ୍ଗ, ତେନ୍ତୁଳିପଡ଼ା ଆଦି ଗାଁକୁ ଆଜି ବି ବିଦ୍ୟୁତ ସଂଯୋଗ ହେଇପାରିନାହିଁ । ଏଥି ସହିତ ଦେଢଶୂଳୀ ସେବାଶ୍ରମରେ ଉପଯୁକ୍ତ ଗୃହ ନିର୍ମାଣ ସହିତ ଛାତ୍ରଛାତ୍ରୀଙ୍କ ରହିବା ବ୍ୟବସ୍ଥା, ଦେଢଶୂଳୀ ଗ୍ରାମ ପଂଚାୟତରେ ଉପସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, ମାଣିକେରାଠାରୁ ଭାୟା ଲୁବେନଗଡ଼ ଟ୍ରାସୁପଡ଼ା, ପାଟାମାସ୍କା, କନ୍ଧମାଳ ସୀମାନ୍ତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ଭଳି ଦାବୀ ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୭ ମସିହାରେ ଦେଢଶୂଳୀ ଏକ ନୂତନ ପଂଚାୟତ ହେଇ ଗଢିଉଠିଥିଲେ ହେଁ ଏହି ଦୁର୍ଗମ ଅଂଚଳରେ ଆଜି ବି ରହିଛି ଅନେକ ସମସ୍ୟା । ଏହାର ସାମଧାନ ପାଇଁ ଗ୍ରାମ ପଂଚାୟତର ସରପଂଚ ଲିଜାରାଣୀ ମାଝୀଙ୍କ ସମେତ ଗ୍ରାମବାସୀମାନେ ଭବାନୀପାଟଣା ଯାଇ ଜିଲ୍ଲାପାଳଙ୍କ ଠାରେ ଲିଖିତ ଭାବରେ ଦାବୀ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.