ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ଫସିଲେ ବିଡ଼ିଓ, ଭିଜିଲାନ୍ସ ଜାଲରେ ପଡ଼ିଲେ ଧରା 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ଗୁଡଭେଲା ବିଡ଼ିଓ ବିନୋଦ ନାଏକ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ଏକ ସରକାରୀ କ୍ୱାର୍ଟର୍ସ ମରାମତି ଠିକା ଦେବାକୁ ସେ ଲାଞ୍ଚ ନେଉଥିଲେ । ବିଡ଼ିଓ ଜଣକ ଲାଞ୍ଚ ମାଗିଥିବା ନେଇ ଠିକାଦାର ସମ୍ବଲପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।

ଗୁଡ଼ଭେଲା ଠାରେ ଏକ ସରକାରୀ କ୍ୱାର୍ଟର୍ସ ୩୦ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯିବାକୁ ଟଙ୍କା ମଞ୍ଜୁର ହୋଇଥିଲା । ଏହି ଠିକା କାମ ଦେବାକୁ ଠିକାଦାରଙ୍କୁ ବିଡିଓ ୫ ପ୍ରତିଶତ ହିସାବରେ ୧.୮୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଠିକା କାମ ପାଇବାକୁ ଠିକାଦାର ପୂର୍ବରୁ ୩୦ ହଜାର ଟଙ୍କା ଦେଇଥିଲେ । ବାକି ଟଙ୍କା ତୁରନ୍ତ ଦେବାକୁ ବିଡ଼ିଓ ଚାପ ପକାଇବା ପରେ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡିଥିଲେ ଲାଞ୍ଚୁଆ ବିଡ଼ିଓ ବିନୋଦ ନାଏକ । ବିଡ଼ିଓଙ୍କ ଆୟବର୍ହିଭୂତ ସମ୍ପତ୍ତି ସମ୍ପର୍କରେ ଜାଣିବା ନିମନ୍ତେ ତାଙ୍କର ୩ଟି ଠିକଣାରେ ଚଢ଼ଉ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏନେଇ ଏକ ମାମଲା କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.