ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଭାରପ୍ରାପ୍ତ ବିଡ଼ିଓ ଶିଧେଶ୍ୱର ମେହେର, ଜିପିଇଓ ଯୁଗଳ କିଶୋର ନାଏକ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ପ୍ରମୋଦ ସୁନା, ସମିତି ସଭ୍ୟା ଚନ୍ଦ୍ରମା ରଣା, କିରାଣୀ ପ୍ରଦୀପ କୁମାର ମାଝୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ମହଲାଙ୍କ ସମେତ ବ୍ଲକର ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏଥିରେ ମୋଟ ୫୬୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ରାସନ କାର୍ଡ, ଆବାସ ଯୋଜନା, ଭତ୍ତା ଭଳି କ୍ଷେତ୍ରରୁ ଅନେକ ଅଭିଯୋଗ ହୋଇଥିଲା।