ନର୍ଲାରେ ମିଶନ ଶକ୍ତିର ଋଣ ମେଳା

୨୧୬ ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ୫ କୋଟି ୬୧ ଲକ୍ଷ ଟଙ୍କାର ଋଣ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଆଜି ଗୁରୁବାର ଅନୁଷ୍ଠିତ ହୋଇଛି ମିଶନ ଶକ୍ତିର ଋଣ ମେଳା । ଏଥିରେ ନର୍ଲା ବ୍ଲକ ଅଞ୍ଚଳର ୨୧୬ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ୫ କୋଟି ୬୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ନର୍ଲା ପଞ୍ଚାୟତ ସମିତି ସମ୍ମେଳନ କକ୍ଷରେ ଅନୁଷ୍ଠିତ ଏହି ମେଳାରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡୀ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତୀ, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଏବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଖଗେଶ୍ୱର ଭୋଇ, ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କର ଫିଲ୍ଡ ଅଫିସର, ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ପ୍ରମୁଖ ମଞ୍ଚାସୀନ ରହି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଉଥିବା ଋଣ ଏବଂ ଏହାର ସଦ୍ ବିନିଯୋଗ ବିଷୟରେ ମାର୍ଗଦର୍ଶନ ଦେଇଥିଲେ ।

Udyog Nursery
Udyogi Nursery

ପ୍ରଥମେ ନର୍ଲା ବିଡିଓ ଶ୍ରୀମତୀ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏବିଡିଓ ଶ୍ରୀ ସାମଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ବିପିସି ସଂଯୋଜକ ରୋହିତ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ଲାଇଭଲିହୁଡ ମିଶନର ସନତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନର୍ଲା ବ୍ଲକ ଅଧିନସ୍ଥ ୨୧୬ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୫ ଶହରୁ ଉର୍ଦ୍ଧ୍ବ ମହିଳା ସଦସ୍ୟା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆନ୍ୟୁନ ୨ ଲକ୍ଷ ଟଙ୍କା ଓ କେତେଗୋଟି ଗୋଷ୍ଠୀଙ୍କୁ ସର୍ବାଧିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି ।

ନର୍ଲା ଅଞ୍ଚଳର ସମସ୍ତ ବ୍ୟାଙ୍କ ର ପ୍ରତିନିଧି, ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ, ନର୍ଲାର ସନ୍ଧାନ ଏନଜିଓ, ବିପିଏସିଏ ପୂର୍ଣ୍ଣଚନ୍ଦ୍ର ବୁଦ୍ଧିଆ, ନର୍ଲା ଆଇସିଡିଏସର ଚୈତନ୍ୟ ସାହୁଙ୍କ ସମେତ ସମସ୍ତ ଆଇସିଡିଏସ୍ କର୍ମଚାରୀ, ସମସ୍ତ ଗ୍ରାମ ପଞ୍ଚାୟତର ମାଷ୍ଟର ବୁକ୍ କିପର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ନର୍ଲା ବ୍ଲକ ୨୬ ଗୋଟି ଗ୍ରାମ ପଂଚାୟତର ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଶେଷରେ ଏବିଡ଼ିଓ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.