ଗଣନାଥପୁର ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଦେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ପୁରୋହିତ, ସମ୍ମାନିତ ଅତିଥି ଭାବରେ ଗୁଡିଆଳିପଦର ସରପଞ୍ଚ ପ୍ରିୟଙ୍କା ମହାକୁଡ଼, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ସିଆରସିସି ରାଧେଶ୍ୟାମ ଦାଶ, ମଝିପଡ଼ା ସିଆରସିସି ପ୍ରଫୁଲ୍ଲ କୁମାର ଠାକୁର, ମେଦିନୀପୁର ସିଆରସିସି ତୁଳସୀରାମ ସାହୁ, ଦେପୁର ସିଆରସିସି ପୂର୍ଣ୍ଣଚନ୍ଦ୍ର ନେଗୀ, ଗଣନାଥପୁର ସିଆରସିସି ବିଶ୍ୱଜିତ ରାୟ, ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବସୁମତୀ ସାହୁ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଶୂନ୍ୟ ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ । ସୁରଭି କାର୍ଯ୍ୟକ୍ରମ ହେଉଛି ଶିଶୁମାନଙ୍କ ପ୍ରତିଭାକୁ ଅନ୍ୱେଷଣ କରିବାର ଏକ ବିଶିଷ୍ଟ ମାଧ୍ୟମ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ଅବସରରେ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ, ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ, ଶ୍ରୁତଲିଖନ ଓ ହସ୍ତାକ୍ଷର, ସାଧାରଣ ଜ୍ଞାନ, ସାଂସ୍କୃତିକ ତଥା ମଧ୍ୟାହ୍ନ ଭୋଜନ ଚିତ୍ର ଓ ହସ୍ତକଳାର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିବାରୁ ଶୁଭେଚ୍ଛା ଅର୍ପଣ କରାଯାଇଥିଲା । ଶେଷରେ ଗୁଡ଼ିଆଳିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.