ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ବିଭିନ୍ନ ଦାବି ନେଇ ଜଗତସିଂହପୁର ଜିଲ୍ଲା କୁକୁଡ଼ା ମାଲିକ ସଂଘ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତୀକ ଧାରଣାରେ ବସିଥିଲେ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରି ଏକ ବିଶାଳ ପଦଯାତ୍ରାରେ ଆସି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ପ୍ରତୀକ ଧାରଣା ଦେଇଥିଲେ କୁକୁଡ଼ା ମାଲିକ ସଂଘ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ ।
ଏହାପରେ ସଂଘର ବାର ଦଫା ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଜଗତସିଂହପୁର ଜିଲ୍ଲା ସଭାପତି ନତିକାନ୍ତ ପାଲଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ତୋଫାନ ମହାନ୍ତି, ରଘୁନାଥପୁର ବ୍ଲକ ସଂଯୋଜକ ଜୋସେଫ ସ୍ବାଇଁ, ତିର୍ତ୍ତୋଲ ସଂଯୋଜକ ସୁଭାଷ କୁମାର ଦାସ, ଦେବାଶିଷ ପଣ୍ଡା, ସୌମେନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଶତାଧିକ ମାଲିକ ସାମିଲ ହୋଇଥିଲେ ।