ନର୍ଲାରେ ଆନନ୍ଦ ଉଲ୍ଲାସର ସହ ସରିଲା ଦୀପାବଳୀ, ବିଦାୟ ନେଲେ ବଡବଡୁଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସନାତନ ସଂସ୍କୃତିର ଏକ ମହାନ ପର୍ବ ‘ଦୀପାବଳୀ’ କାର୍ତ୍ତିକ ଅମାବାସ୍ୟା ଦିନ କଳାହାଣ୍ଡିର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲାରେ ଗତକାଲି (ସୋମବାର) ଦୀପାବଳୀ, ପୟାଶ୍ରାଦ୍ଧ, ଅର୍ଦ୍ଧୋରାତ୍ର କାଳୀପୂଜା, ଲକ୍ଷ୍ମୀ ପୂଜା ଆଦି ବିଧାନ ଗୃହ ମାନଙ୍କରେ ପାରମ୍ପରିକ ରୀତିନୀତି ଅନୁସାରେ ସଂପନ୍ନ ହୋଇଥିଲା । ୨୫ରେ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ପୂର୍ବଦିନ ସୋମବାର ୨୪/୧୦ ରେ ପାଳିତ ହୋଇଥିଲା ଆଲୋକର ପର୍ବ ଦୀପାବଳୀ । ଦୀପାବଳି ପିତୃ ଉପାସନାର ଏକ ମହାର୍ଘ୍ୟ ଅବସର ହୋଇଥିବାରୁ ଘରେ ଘରେ ପିତୃ ଉପାସନା ଏବଂ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସଂନ୍ଧ୍ୟାରେ ବଡବଡୁଆଙ୍କୁ ଆଲୋକ ଦେଖାଇ ବିଦାୟ ଦିଆଯାଇଥିଲା । ପିତୃପକ୍ଷ ସମୟରୁ ପରଲୋକଗତ ପିତୃପୁରୁଷ ନିଜ ନିଜର କାମନା ନେଇ ମର୍ତ୍ତ୍ୟଲୋକକୁ ଆସୁଥିବାର ବିଶ୍ବାସ ରହିଛି ଏବଂ ସେମାନେ ନିଜ ନିଜର ପୁତ୍ର ପୈ।ତ୍ରଙ୍କ ଦ୍ବାରା ଆପ୍ୟାୟିତ ହେବାପରେ ଆନନ୍ଦ ମନରେ ଦୀପାବଳୀ ଦିନ ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହିଦିନ କାଳୀପୂଜା ହୋଇଥିବାରୁ ସାଧକମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ହୋଇଥାଏ । ସିଦ୍ଧି ଲାଭ ଆଶାରେ ସାଧକମାନେ ନିଜସ୍ବ ପଦ୍ଧତିରେ ଅର୍ଦ୍ଧୋରାତ୍ର ମହାକାଳୀଙ୍କ ଉପାସନା କରିଥାନ୍ତି । ଏହାସହ ସାଧାରଣ ଗୃହସ୍ଥ ମଧ୍ୟ ଘରେ କାଳୀ ପୂଜା ଓ ମହାଲକ୍ଷ୍ମୀଙ୍କ ଆରାଧନା କରିଥିଲେ । କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଦୀପାବଳୀ ପାଳନ ଫିକା ପଡିଯାଇଥିଲା । ଏଣୁ ଏବର୍ଷ ଅନେକ ଆନନ୍ଦ ଉହ୍ଳାସ ର ସହ ଘରେ ଘରେ ଆଲୋକର ପର୍ବ ଦୀପାବଳୀକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ । ଛୋଟ ଛୋଟ ଶିଶୁ ଓ ଯୁବକ ଯୁବତୀମାନେ ବାଣ ଫୁଟାଇ ମଜା ନେଇଥିଲେ । ପବିତ୍ର ଦୀପାବଳୀ ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ ପ୍ରମୁଖ ନର୍ଲା ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.