ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଯୁବକ ମୃତ, ଶବ ରଖି ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ଗ୍ରାମର ଲକ୍ଷ୍ମଣ ଗଉଡ (୨୩) ମଙ୍ଗଳବାର ସକାଳେ ଏକ ମୁକୁଲା ବାଡହିନ ଟ୍ରାନସଫରମର ବିଦ୍ୟୁତ ତାର ସଂପର୍ଶରେ ଲାଗି ମୃତ୍ୟୁ ମୁଖରେ ପଡିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଲକ୍ଷ୍ମଣ ସକାଳ ୫ଟା ସମୟରେ ବ୍ୟାୟାମ କରିବାକୁ ଯାଇ ଆସୁଥିବା ସମୟରେ କେତୋଟି କୁକୁରଙ୍କ ଦୌଡିବା ଦେଖି ସାଇଡ ଦେବାକୁ ଯାଇ ଟ୍ରାନ୍ସସଫରମର ବିଦ୍ୟୁତ ତାରରେ ଲାଗିଯାଇଥିଲେ । ପରିବାର ଲୋକେ ପାଷ୍ଟିକୁଡି ଡାକ୍ତରଖାନାକୁ ଆଣିବା ବେଳକୁ ତାଙ୍କରି ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଛନ୍ତି । ମୃତ୍ୟୁ ପରେ ଶବଟିକୁ ପାଷ୍ଟିକୁଡି ଜାତିୟ ରାଜପଥ ଚାରିଛକରେ ରଖି ପରିବାରକୁ କ୍ଷତିପୂରଣ ଓ ଦୁର୍ଘଟଣା ଜାଗାରେ ତୁରନ୍ତ ବାଡ ନିର୍ମାଣ ଦାବୀ ନେଇ ସକାଳୁ ଦିନ ୧ଟା ପ୍ରଯ୍ୟନ୍ତ ପରିବାର ଓ ଗ୍ରାମବାସୀ ଧାରଣାରେ ବସି ରାଜରାସ୍ତା ଅବରୋଧ କରିଥିଲେ । ଖବର ପାଇ ସଦର ପୋଲିସ ଏବଂ କର୍ଲାପଡା ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା । ପରେ ଅତିରିକ୍ତ ତହସିଲଦାର ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ଦଶ ହଜାର କେସିଙ୍ଗା ବିଦ୍ୟୁତ ବିଭାଗର ଏସଡିଓ କ୍ଷତିପୂରଣ ବାବଦରେ ଲିଖିତ ପ୍ରତିଶୃତି ଦେଲାପରେ ରାସ୍ତାରୁ ଗ୍ରାମବାସୀ ହଟିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.