ଦୀପାବଳି ଅବସରରେ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକ ସଦର ମହକୁମା ତାଳବନ୍ଧ ପଡ଼ା ଠାରେ ମା’ ମହାକାଳୀ ଓ ଭୈରବଦେବୀଙ୍କ ପର୍ବ ମହାସମାରୋହରେ ପାଳିତ ସୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପୂଜା କମିଟି ଓ ନବଜୀବନ ଯୁବ ସଂଗଠନ ପକ୍ଷରୁ ରାଜ୍ୟ ସ୍ତରୀୟ “ରିମ୍ ଝିମ୍” ରେକର୍ଡ଼ ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ବିପିନ ବିହାରୀ ନାଏକଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ପ୍ରତିଯୋଗିତାରେ ଏକକ ଡ୍ୟାନ୍ସରେ ୧୪ ଜଣ ଓ ଗୃପ୍ ଡ୍ୟାନ୍ସରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଏକକ (ସିଙ୍ଗଲ) ପ୍ରତିଯୋଗିତାରେ ସୁସ୍କୃତି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରିୟଙ୍କା ସୁନା ଦ୍ଵିତୀୟ ଓ ସନ୍ତୋଷିନୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଗୃପ୍ ଡ୍ୟାନ୍ସ ପ୍ରତିଯୋଗିତାରେ ଫଟକାମାଲର ଗଣେଶ ଡ୍ୟାନ୍ସ ଗୃପ୍ ପ୍ରଥମ, ନବରଙ୍ଗପୁରର ଗୀତଗୋବିନ୍ଦ ଡ୍ୟାନ୍ସ ଗୃପ୍ ଦ୍ଵିତୀୟ ଓ ବଡକୁଟୃର ୱିକେଟ ଟାଇଗର ଗୃପ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଜେତା ମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଦିଶାରୀ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଦୟା ମାଝୀ, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ବିଜେଡି ବ୍ଳକ ସଭାପତି କପିଳାସ ନାଏକ, ପୂର୍ବତନ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ଅନୁଷ୍ଠାନର ସମ୍ପାଦକ ଲାଲକୃଷ୍ଣ ଧଙ୍ଗଡାମାଝୀ, ସମାଜସେବୀ ଭରତ ଦଣ୍ଡସେନା, ଦୁର୍ଯୋଧନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ପୋଲିସ ପ୍ରଶାସନ ସହଯୋଗ କରିଥିଲେ । ସୁଦର୍ଶନ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.