ଜୟପାଟଣା ବ୍ଲକରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ବ୍ଳକରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜୟପାଟଣା ବ୍ଳକର କୁଚା ଗାଁର ଇଷ୍ଟ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ପରେ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା । କୁଚା ଗାଁଠାରୁ ଜନ ସମ୍ପର୍କ ପଦଯାତ୍ରା ବାହାରି ସର୍ଗି ଗୁଡା ଗ୍ରାମ ପଞ୍ଚାୟତ, ଖଲିଆ ଭଟ୍ଟା ଗ୍ରାମ ପଞ୍ଚାୟତର ପାଇକ ବାହାଲ, ଖଲିଆ ଭଟ୍ଟା, ଅଞ୍ଚଳ ଦିର୍ଘ ଦଶ କିଲୋମିଟର ପଦଯାତ୍ରା କରି ଶେଷରେ ଖଲିଆ ଭଟ୍ଟା ଧାନ ମଣ୍ଡିରେ ପହଞ୍ଚିଥିଲେ । ସେଠାରେ ଜୟପାଟଣା ବ୍ଳକ ବିଜୁ ଜନତା ଦଳ ସଭାପତି ମିନକେତନ ପୁଝାରୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରୀ ସଦସ୍ୟ ବଦ୍ରିନାରାୟଣ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ସାମନ୍ତ ଖମାରୀ, ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ, ପୂର୍ବତନ ବିସିସିବି ସଭାପତି ଜିତେନ୍ଦ୍ର ନାରାୟଣ ସିଂ ଦେଓ, ବ୍ଲକ ବିଜେଡି ଯୁବ ସଭାପତି ଦିଲିପ ରାଉତ, ବ୍ଲକ ମହିଳା ସଭାନେତ୍ରୀ ପଙ୍କଜେନୀ ପଟ୍ଟନାୟକ, ଜୟପାଟଣା ବ୍ଳକ ଦୁଇ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପ୍ରତ୍ୟେକ ପଞ୍ଚାୟତର ସଭାପତି, ସମ୍ପାଦକ, ପ୍ରମୁଖ ମଞ୍ଚାସିନ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ଉପସ୍ଥିତ ଥିବା ଜନ ସାଧାରଣଙ୍କୁ ଭାଷଣ ମାଧ୍ୟମରେ ମତ ବ୍ୟକ୍ତ କରିଥିଲେ । ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ଉପସ୍ଥିତ ରହିଥିବା ବେଳେ ଅମ୍ବୂଜ ଧଙ୍ଗଡା ମାଝୀ ମଞ୍ଚ ପରିଚାଳନା କରିଥିଲେ । ଏହି ପଦଯାତ୍ରାରେ ଶହ ଶହ ମହିଳା ଏବଂ ପୁରୁଷ ସାମିଲ ହୋଇଥିବା ଦିଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.