ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ପକ୍ଷରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟାପିକା ଅରୁଣ କୁମାର ମହାପାତ୍ର ଓମକାର ନାଦଧ୍ବନି ସହ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ସହ ବିଗତ ନଅଟି ଅଧ୍ୟାୟ ଉପରେ ସମ୍ୟକ ଆଲୋଚନା ରଖିଥିଲେ ।

ପବିତ୍ର ଗୀତାମୃତ କାର୍ଯ୍ୟକ୍ରମରେ ବିଶ୍ବେଶ୍ବର ମାଝୀ, ଗୀତାଞ୍ଜଳି ପୃଷ୍ଟି, ସ୍ନେହ ମିଶ୍ର, ପ୍ରଶାନ୍ତ କୁମାର ରାଉଳ, ବିନୋଦିନୀ ଦାଶ ଇତ୍ୟାଦି ୫ଜଣ ସତସଙ୍ଗୀ ବିଭୁତି ଯୋଗର ୧୦ଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ କରିଥିଲେ । ଆମେରିକାରୁ ବୈଜ୍ଞାନିକ ଡ଼କ୍ଟର ଚନ୍ଦ୍ରା ମିଶ୍ର, ତେଲେଙ୍ଗାନାରୁ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ବାଲେଶ୍ବରରୁ ଗୀତା ରାଣୀ ପୁରୀ, ବିଜୟ କୁମାର ମଲ୍ଲିକ, ମୁମ୍ବାଇର ଅଧ୍ୟାପିକା ସ୍ନେହ ମିଶ୍ର ଶ୍ରୀମଦ୍ ଭଗବଦ୍ ଗୀତା ଉପରେ ବକ୍ତବ୍ୟ ରଖିଥିଲେ । ଅନାଦି ଚରଣ ମାହାଳି, ସଂଯୁକ୍ତା ରାଉତ ଏବଂ ପଣ୍ଡିତ ଭାବଗ୍ରାହୀ ମିଶ୍ର ଦଶମ ଅଧ୍ୟାୟରେ ଥିବା ବିଭୁତି ଯୋଗରେ ସମର୍ପଣ, ନିବେଦନ ତଥା ପ୍ରଭୁଙ୍କର ଅନ୍ତରଙ୍ଗ ଭକ୍ତ ହେବାର ବିଭିନ୍ନ କଥା ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ ।

ରାମାୟଣ, ବେଦ ଉପନିଷଦ, ମହାଭାରତ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଡକ୍ଟର ନିରଞ୍ଜନ ସାହୁ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୫ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.