ଶ୍ମଶାନ ବିହୀନ କେସିଙ୍ଗା ସହର: ଆସିଛି ପଇସା ହୋଇ ପାରୁନାହିଁ ଜାଗା ଚିହ୍ନଟ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ୧୨ ଟି ୱାର୍ଡକୁ ନେଇ ଗଠିତ । ଏହି ସହର ୧୯୬୫ ମସିହାରୁ ଏନଏସିର ମାନ୍ୟତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଶ୍ମଶାନ ଗୋଟିଏ ତିଆରି ହୋଇ ପାରି ନାହିଁ । ବିଗତ ୫୭ ବର୍ଷ ମଧ୍ୟରେ କେତେ ଯେ ଏନଏସି ଅଧ୍ୟକ୍ଷ ତାଙ୍କର କାର୍ଯ୍ୟକାଳ ଶେଷ କରି ଗଲେଣି ହେଲେ କେହି ବି କେସିଙ୍ଗାବାସିଙ୍କ ପାଇଁ ଶ୍ମଶାନ ଟିଏ ତିଆରି କରିପାରିଲେ ନାହିଁ । ସହରରେ କାହାର ଦେହାନ୍ତ ହୋଇଗଲେ କୋଉଥିକି ନେଇ ଦାହ ସଂସ୍କାର କରିବେ ସେ ନେଇ ମୁଣ୍ଡରେ ହାତ ମାରି ବସିଥାନ୍ତି ପରିବାର ଲୋକେ । ବର୍ଷା ଦିନର କଥା ନ କହିଲେ ସରେ । ଏହି ସବୁ ବିଷୟ ଉପରେ କେସିଙ୍ଗାର ସଚେତନ ନାଗରିକ ମାନେ ୨୦୧୯ ମସିହାରେ ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦରଖାସ୍ତ ଲେଖି ଜଣାଇଥିଲେ । ପରେ ମୁଖ୍ୟ ମନ୍ତୀଙ୍କ କାର୍ଯ୍ୟଳୟ ତରଫରୁ ୭୫ ଲକ୍ଷ୍ ଟଙ୍କା କେସିଙ୍ଗାରେ ଶ୍ମଶାନ ପାଇ ଆସିଲା, ହେଲେ ପଇସା ଆସିକି ବର୍ଷ ପୁରିଲାଣି କିନ୍ତୁ ଶ୍ମଶାନ ପାଇଁ ଜାଗା ଚିହ୍ନଟ ହେଇ ପାରୁନାହିଁ ।ସେପଟେ କେସିଙ୍ଗା ମାରଓ୍ବାଡି ସମାଜ ପକ୍ଷରୁ ତାଙ୍କ ପାଇ ସେମାନେ ଶ୍ମଶାନ ତିଆରି କରି ଦାହ ସଂସ୍କାର କରୁଛନ୍ତି । ଅନ୍ୟପକ୍ଷରେ ଗରିବ ଜନସାଧାରଣ ପାଇଁ ଅତି ଶୀଘ୍ର ଜମି ଚିହ୍ନଟ କରି ଶ୍ମଶାନ ତିଆରି କରିବା ପାଇଁ ଜନସାଧାରଣ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.