ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୨-୨୩ ଉଦଘାଟିତ ହୋଇଯାଇଛି । ଏହା ଏକ ସପ୍ତାହ ତଥା ୧୩ ନଭେମ୍ବରରେ ସମାପ୍ତ ହେବ । ବିଭିନ୍ନ କ୍ରୀଡାରେ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । କ୍ରୀଡା ଶରୀର ମନ ତଥା ଜ୍ଞାନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉତଘାଟନ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମନ୍ତବ୍ୟ ଦେଇଥିଲେ ଓ ବିଭିନ୍ନ ବିଭାଗରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଜାନୁୟାରୀ ୧୨ ସ୍କୁଲର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଡ. ନାୟକ କହିଥିଲେ। ସଂମ୍ମାନିତ ଅତିଥି ରୂପେ ତଳବେଲଗଁ ପୂର୍ବତନ ସରପଞ୍ଚ ରାଜୁ କରୁଆ, ସ୍କୁଲର ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦଶ୍ୟ କନ୍ଦର୍ପ ତାଣ୍ଡି ଉପସ୍ଥିତ ଥିବା ବେଳେ ଶିକ୍ଷକ ବସନ୍ତ ନାଏକ, ତପନ ନାଏକ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟ ସାମନ୍ତରା, ଗୀତାଞ୍ଜଳି ସାହୁ, ମନୀଷା ସିଂନ୍ନା, ମିକୁମିକ୍ସ ନାଏକ, ଚନ୍ଦ୍ରପ୍ରଭା ମିଶ୍ର ଓ ସାଧନା ପ୍ରଧାନ, ସୁଶାନ୍ତ ନାଏକ, ବୃଷଭ ଦାସ, ନରେଶ ସୁନାନୀ ସହଯୋଗ କରିଥିଲେ ।