ଯୁବକଙ୍କ ଆକସ୍ମିକ ମୃତ୍ୟୁ, ଶୋକାକୁଳ ପରିବେଶରେ ପରିବାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ଗ୍ରାମର ୩୩ ବର୍ଷିୟ ଯୁବକ ଉମାକାନ୍ତ କଟାଙ୍କ ଶୁକ୍ରବାର ଆକସ୍ମିକ ମୃତ୍ୟୁ ହୋଇଛି। ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ବିଧବା ମା’ ତିଲୋତମା କଟା, ସ୍ତ୍ରୀ ସତ୍ୟଭାମା କଟା, ବଡ ଝିଅ ରଞ୍ଜିତା କଟା, ପୁଅ ରଞ୍ଜନ କଟା ଓ ରମେଶ କଟା ରହିଛନ୍ତି। ଏବେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗାଁ ଶ୍ମଶାନରେ ସତ୍କାର କରାଯାଇଥିବା ବେଳେ ତାଙ୍କ ବଡ଼ ପୁଅ ରଞ୍ଜନ କଟା ମୁଖାଗ୍ନି ଦେଇଥିଲେ। ଉମାକାନ୍ତ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରହିଥିଲେ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ୫ ପରିବାର ଚାଲିବା କଷ୍ଟକର। ଏଣୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.