ଲଡୁଗାଁ ଭିର୍କାପଡାରେ ଝାଡାବାନ୍ତି, ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଡାକ୍ତରୀଦଳ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଭିର୍କାପଡାରେ ଗୁରୁବାର ୩ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ଶୁକ୍ରବାର ଗାଁରେ ଏକ ଡାକ୍ତରୀ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଡାକ୍ତରୀ ଦଳରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ତତ୍ବଦର୍ଶୀ ଦାସ, ବିପିଏମ୍ ମାନସ ରଞ୍ଜନ ସ୍ବାଇଁ, ଡାକ୍ତର ସୁଶିଲ କୁମାର ସାହୁ, ସେକ୍ଟର ସୁପର ଭାଇଜର କେତନ ପାତ୍ର ପ୍ରମୁଖ ଗାଁରେ ପହଞ୍ଚି ଗାଁ ପରିବେଶ ଓ ପାନୀୟ ଜଳ ପରଖିବା ସହ ଲୋକଙ୍କୁ ସଚେତନ କରିଛନ୍ତି। ଡାକ୍ତରୀ ଦଳ ସହିତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାମିଲ ହୋଇ ଗାଁ ସ୍ଥିତି ପରଖିବା ସହ ସେମାନେ ବ୍ୟବହାର କରୁଥିବା ନଳକୂପ ଅବସ୍ଥା ଖରାପ ଥିବା ଦେଖି ତୁରନ୍ତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ର ଯନ୍ତ୍ରୀଙ୍କୁ ଅବଗତ କରାଇବା ପରେ ନଳକୂପକୁ ବିଶୋଧନ କରିଛନ୍ତି। ଅନ୍ୟପଟେ ଲଡୁଗାଁ ସେକ୍ଟରର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସମସ୍ତେ ସେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାକ୍ତର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଜରୁରୀ ପରିସ୍ଥିତି ପାଇଁ ଏକ ମୋବାଇଲ ଟିମ ଗଠନ କରାଯାଇଛି। ଡାକ୍ତର ସୁଶିଲ କୁମାର ସାହୁଙ୍କ ନେତୃତ୍ବରେ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ଆକ୍ରାନ୍ତ ୩ ଜଣ ଧନୁର୍ଯ୍ୟ ମାଝୀ (୫୨), ଦ୍ରୈପଦୀ ମାଝୀ(୪୨) ଓ ଲକ୍ଷ୍ମୀ ମାଝୀ(୧୯) କୋକସରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି। ତେବେ ୩ ଜଣ ଆକ୍ରାନ୍ତଙ୍କ ରେକଟାଲ ସ୍ବାବ୍ ଟେଷ୍ଟ ଓ ସେମାନେ ବ୍ୟବହାର କରୁଥିବା ନଳକୂପ ର ପାଣି ସଂଗ୍ରହ କରି ଜିଲ୍ଲା ଜନସ୍ୱାସ୍ଥ୍ୟ ଲେବ କୁ ନମୁନା ପଠାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଶା କର୍ମୀ ମାନେ ମଧ୍ୟ ଘର ଘର ବୁଲି ଔଷଧ ବାଣ୍ଟିବା ସହ ସଚେତନ କରି ସର୍ଭେ ଆରମ୍ଭ କରିଥିବାବେଳେ ଗାଁରେ ବର୍ତ୍ତମାନ ଅନ୍ୟ କେହି ଆକ୍ରାନ୍ତ ନଥିବା ଜଣାପଡ଼ିଛି। ତେବେ ସପ୍ତାହ ତଳେ ଗାଁର କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇ ଫେରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.